ଭୁବନେଶ୍ଵର: ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ। ଯାହାଫଳରେ ଅନେକ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ। ସେହିପରି କ୍ୟାପିଟାଲ ହସ୍ପିଟାଲ ପାର୍କିଂ ରେ ପାର୍କ ହୋଇଥିବା ଏକ କାରର କାଚ ଭାଙ୍ଗି କାର ଭିତରେ ଥିବା ସମସ୍ତ ଜିନିଷ ଲୁଟି ନେଇଛନ୍ତି ଲୁଟେରା। ତେବେ ଲୁଟର ସମସ୍ତ କାର୍ଯ୍ୟ ସିସିଟିଭିରେ ଏକଦ ହୋଇଥିଲା। ସିସିଟିଭି ଫୁଟେଜକୁ ଯାଞ୍ଚ କରି ଲୁଟ ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଲୁଟେରାକୁ ଗିରଫ କରିଛି। ଗିରଫ ଲୁଟେରା ଜଣକ ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ।
ସୂଚନା ଅନୁସାରେ, ଗତ ୨୬ ତାରିଖରେ ଅଭିଯୋଗକାରୀ ରଞ୍ଜିତ୍ ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂ ରେ କାର ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲ କୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିଲା ବେଳକୁ ତାଙ୍କ କାର କାଚ ଭାଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ଆଇଫୋନ ଚୋରି ହୋଇଯାଇଛି। ଅଭିଯୁକ୍ତ ରାକେଶ ଖୁଣ୍ଟିଆ ଚୋରି କରିଥିବା ମୋବାଇଲ୍ ଫୋନକୁ ବାପୁଜୀ ନଗରରେ ବିକ୍ରି କରୁଥିବା ବେଳେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା। ତେବେ ପୂର୍ବରୁ ଅଭିଯୁକ୍ତ ରାକେଶ ନାଁରେ ୧୭ରୁ ଅଧିକ ମାମଲା ରହିଛି।