ଯାଜପୁର: ହୁତୁହୁତୁ ହୋଇ ଜଳିଗଲା ୭ ଦୋକାନ। କିଛି କ୍ଷଣକା ମଧ୍ୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ। ତେବେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ୭ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। କେହି କିଛି ବୁଝିବା ଆଗରୁ ନିଆଁର ପ୍ରକୋପ ଅନାୟତ ହୋଇପଡ଼ିଥିଲା। ଦେଖୁ ଦେଖୁ ଏକ ଜଳଖିଆ ଦୋକାନ, ଚପଲ ଦୋକାନ, ସାଇକେଲ ଦୋକାନ, ଗଦି ଏବଂ ଲସି ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ମୋଟ ୭ଟି ଦୋକାନ ଘର ଜଳି ଯାଇଛି। ଯାହାଫଳରେ ଲକ୍ଷାଧିକ ତାଙ୍କର ସମ୍ପତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ମାଡି ଆସୁଛି କାଳବୈଶାଖୀ ; ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ