ଭୁବନେଶ୍ୱର: ଆଜି ଓଡିଶା ବନ୍ଦ । ବାଲେଶ୍ୱର ଏଫ. ଏମ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ଓଡିଶା ବନ୍ଦ ପାଳନ କରାଯାଉଛି । କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ,ଚକ ବନ୍ଦ କରିବାକୁ କଂଗ୍ରେସ ଏହି ଆହ୍ୱାନ ଦେଇଛି । ଏହାସହିତ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନେହେବ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହସ୍ପିଟାଲ , ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଜାରି ରହିବ । ଏଥିରେ ବାଧା ଦେଲେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି । ଏହାସହ ବଜାର, ପରିବହନ, ଶିକ୍ଷାନୁଷ୍ଠାନ , ସରକାରୀ ଅଫିସ , ଅଦାଲତ, ବ୍ୟାଙ୍କ ବୀମା ଭଳି ରାଷ୍ଟ୍ରିୟ ଉଦ୍ୟୋଗ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଆହ୍ୱାନ ଦିଆଯାଇଛି ।
ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ୱିନ ସିଟିରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କଡା ନଜର ରହିଛି ।