ଭାରତ ଓ ଆମେରିକା ମଧ୍ୟରେ ମ୍ୟାଚ ଆଜି ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳ ଏହି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆମେରିକାକୁ ପରାସ୍ତ କରି ସୁପର-୮ ରାଉଣ୍ଡରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବ। ତେବେ ଭାରତ ଆମେରିକା ଠାରୁ କଡ଼ା ପ୍ରତିଯୋଗିତା ଆଶା କରୁଛି କାରଣ 'ମିନି ଇଣ୍ଡିଆ' ଦଳ ନାମରେ ନିଜର ପରିଚୟ ସୃଷ୍ଟି କରିଥିବା ଆମେରିକା ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ପରାସ୍ତ କରି ଏକ ବଡ ବିଜୟ ହାସଲ କରିଛି। ଆମେରିକା ମଧ୍ୟ ଲଗାତାର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି।
ତେବେ ବିସିସିଆଇ ଭାରତୀୟ ଦଳର ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଭାରତୀୟ ଦଳର ଖେଳାଳି ଫିଲ୍ଡିଂ ଅଭ୍ୟାସ କରୁଛନ୍ତି । ଭାରତୀୟ ଦଳର ୧୫ ଖେଳାଳିଙ୍କୁ ୩ ଟି ଦଳରେ ବିଭକ୍ତ କରାଯାଇଛି । ରୋହିତ ଶର୍ମାଙ୍କ ଦଳରେ ମହମ୍ମଦ ସିରାଜ, ଆକ୍ସାର ପଟେଲ, ଋଷବ ପନ୍ତ ଓ କୁଲଦୀପ ଯାଦବ ସାମିଲ ହୋଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଜସପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂଙ୍କ ଗୋଟିଏ ଦଳରେ ଥିଲେ। ତୃତୀୟ ଦଳରେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟୱାଲ, ୟୁଜବେନ୍ଦ୍ର ଚହଲ ଓ ଶିବମ ଦୁବେ।
ପ୍ରତ୍ୟେକ ଦଳକୁ ୧୫ ଟି ସୁଯୋଗ ମିଳିବ। ବଲ ସାହାଯ୍ୟରେ ସାମ୍ନାରେ ଥିବା ଲକ୍ଷ୍ୟକୁ ଭେଦ କରିଲେ ପଏଣ୍ଟ ମିଳିବ । ଅଧିକ ପଏଣ୍ଟ ହାସଲ କରିବା ଦଳ ହିଁ ବିଜୟ ହାସଲ କରିବ । ଫିଲ୍ଡିଂ କୋଚ ଖେଳାଳିଙ୍କୁ ଉତ୍ସାହିତ କରିବ ସହ ବଲକୁ ଟାର୍ଗେଟରେ ମାରିବାକୁ ଉତ୍ସାହିତ କରିଥିଲେ। କୋହଲି ଓ ସୂର୍ଯ୍ୟକୁମାର ସଠିକ ଲକ୍ଷ୍ୟ ହାସଲ କରିଥିଲେ। ଯଶସ୍ୱୀ ଜେସୱାଲ ଓ ଶିବମ ଦୁବେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।
ଫିଲ୍ଡିଂ ଅଧିବେଶନକୁ ଭାରତୀୟ ଖେଳାଳିମାନେ ଉପଭୋଗ କରିଥିଲେ ଏବଂ ଆଗାମୀ ମ୍ୟାଚ ପାଇଁ ଅଭ୍ୟାସ ମଧ୍ୟ କରୁଛନ୍ତି । ତେବେ କ୍ରମାଗତ ଦୁଇଟି ମ୍ୟାଚ ଜିତି ଭାରତୀୟ ଦଳ ବର୍ତ୍ତମାନ ଗ୍ରୁପ୍ ଏରେ ଶୀର୍ଷରେ ରହିଛି। ଆମେରିକାର ତୁଳନାରେ ଭାରତୀୟ ଦଳର ଭଲ ନେଟ ରନ ରେଟ ରହିଛି।
ଅଧିକ ପଢନ୍ତୁ : ବିଜୟ ସହ ସୁପର-୮ ରେ ପ୍ରବେଶ କଲା ଅଷ୍ଟ୍ରେଲିଆ