ଆଇସିସି ଟି୨୦ ରାଙ୍କିଂ: ଦ୍ୱିତୀୟ ସ୍ଥାନରେ କୁଲଦୀପ ଯାଦବ, ଖସିଲେ କୋହଲି
Khabar Odisha:sports-odisha-cricket-ranking-indian-batsman-and-bowler
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ଚାଇନାମ୍ୟାନ କୁଲଦୀପ ଯାଦବ ଆଇସିସି ଟି-୨୦ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଁଚି ଯାଇଛନ୍ତି । ଭାରତର ଦୁଇଟି ପଏଂଟ କଟିବା ପରେ ମଧ୍ୟ ଦଳ ଶ୍ରେଷ୍ଠ ରାଙ୍କିଂ ତାଲିକାରେ ପାକିସ୍ତାନ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 

କୁଲଦୀପ ନ୍ୟୁଜିଲାଣ୍ଡ ବିରୋଧରେ ଶେଷ ଦିନିକିଆରେ ୨୬ରନ ଦେଇ ଦୁଇଟି ୱିକେଟ ନେଇଥିଲେ । ଭାରତ ଏହି ମ୍ୟାଚ ଚାରି ରନରେ ଏବଂ ସିରିଜ ୧-୨ରେ ପରାସ୍ତ ହୋଇଥିଲା । ଆଫଗାନିସ୍ତାନ ଲେଗ୍ ସ୍ପିନର ରଶିଦ ଖାନ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । 

ବୋଲର ତାଲିକାରେ ଟପ୍ ଟେନରେ କୁଳଦୀପଙ୍କ ବ୍ୟତୀତ ଅନ୍ୟ କେହି ଭାରତୀୟ ବୋଲର ସ୍ଥାନ ପାଇନାହାନ୍ତି । ୟୁଜବେନ୍ଦ୍ର ଚହଲ ୧୭ତମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର କୁମାର ୧୮ତମ ସ୍ଥାନରେ ରହିଛନ୍ତି । ବ୍ୟାଟସମ୍ୟାନ ତାଲିକାରେ ରୋହିତ ଶର୍ମା ତିନୋଟି ସ୍ଥାନ ଉପରକୁ ଉଠିଥିବା ବେଳେ କେଏଲ ରାହୁଲ ତିନୋଟି ସ୍ଥାନ ତଳକୁ ଖସିଛନ୍ତି । 

ଶ୍ରେଷ୍ଠ ବ୍ୟାଟସମ୍ୟାନ ତାଲିକାରେ ପାକିସ୍ତାନର ବାବର ଆଜମ ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ସପ୍ତମ, ରାହୁଲ ଦଶମ ଏବଂ ଶିଖର ଧାବନ ଏକାଦଶ ସ୍ଥାନରେ ରହିଛନ୍ତି  । ନ୍ୟୁଜିଲାଣ୍ଡ ବିରୋଧରେ ଶୃଙ୍ଖଳାରୁ ବାହାରେ ଥିବା ବିରାଟ କୋହଲି ୧୯ତମ ସ୍ଥାନକୁ ଖସି ଆସିଛନ୍ତି । 

ଲେଗ୍ ସ୍ପିନର କୃଣାଲ ପାଣ୍ଡ୍ୟା ୩୯ଟି ସ୍ଥାନ ଉପରକୁ ଉଠି କ୍ୟାରିଅରର ସର୍ବଶ୍ରେଷ୍ଠ ୫୮ ରାଙ୍କରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ବିଲିୟମସମ ଦ୍ୱାଦଶ, ରସ୍ ଟେଲର ୫୧ ଏବଂ ଟିମ୍ ସିଫର୍ଟ ୮୭ ସ୍ଥାନ ଉପରକୁ ଉଠି ୮୩ ନମ୍ବର ରାଙ୍କରେ ରହିଛନ୍ତି ।  

  • Tags:

Subscribe

National International State Sports Entertainment