ଆଇପିଏଲ ୨୦୨୬ ର ୨୮ ତମ ମ୍ୟାଚ ରବିବାର ଅପରାହ୍ନରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଚଳିତ ସିଜିନର ପ୍ରଥମ ବିଜୟ ଲଖ୍ୟରେ ଥିବା କୋଲକାତା ନାଇଟ ରାଇଡ଼ର୍ସ, ରାଜସ୍ଥାନ ରୟାଲ୍ସକୁ ଭେଟିବ । ରାଜସ୍ଥାନ ରୟାଲସ ୫ ଟି ମ୍ୟାଚ ଖେଳିଥିବାବେଳେ ୪ ଟି ବିଜୟ ସହ ୮ ପଏଣ୍ଟ ପାଇଛି । କୋଲକାତା ନାଇଟ ରାଇଡ଼ର୍ସ ୬ ଟି ମ୍ୟାଚରୁ ୫ ଟି ମ୍ୟାଚରେ ପରାସ୍ତ ହୋଇଛି ଓ ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ । ତେଣୁ ଆଜିର ଘରୋଇ ମ୍ୟାଚରେ ପ୍ରଥମ ବିଜୟ ଲଖ୍ୟରେ ରହିବ କୋଲକାତା ।
କୋଲକାତା ବନାମ ରାଜସ୍ଥାନ ମ୍ୟାଚ ପାଇଁ ପିଚ୍ ରିପୋର୍ଟ
ଇଡେନ୍ ଗାର୍ଡେନ୍ସ ଏକ ହାଇ-ସ୍କୋରିଂ ଗ୍ରାଉଣ୍ଡ ଭାବେ ଜଣାଶୁଣା । ଏହି ପିଚରେ ବାଉଁସ୍ ଭଲ ଥିବାରୁ ବ୍ୟାଟ୍ସମ୍ୟାନଙ୍କୁ ବଡ ସର୍ଟ ଖେଳିବାରେ ସହଜ ହୋଇଥାଏ । ଦ୍ରୁତ ଆଉଟଫିଲ୍ଡ ପାଇଁ ବଲ ଥରେ ଫିଲଡରଙ୍କୁ ଅତିକ୍ରମ କଲେ ବାଉଣ୍ଡ୍ରି ସୀମାରେଖା ପାର କରିଥାଏ । ଇନିଂସ ଆରମ୍ଭରେ ଦ୍ରୁତ ବୋଲର ଙ୍କୁ ସୁଇଙ୍ଗ ମିଳିଥାଏ କିନ୍ତୁ ଏହି ସୁଇଙ୍ଗ ବେଶୀ ସମୟ ରୁହେ ନାହିଁ । ଇନିଂସ ଆଗକୁ ବଢିବା ସହ ବଡ ସର୍ଟ ଖେଳିବା ସହଜ ହୁଏ । ସ୍ପିନର ମାନଙ୍କୁ ଏହି ପିଚରେ ବେଶୀ ସାହାଯ୍ୟ ମିଳିବ ନାହିଁ । ୱିକେଟ୍ ପାଇବାକୁ ହେଲେ ଚତୁରତାର ବୋଲିଂ ଓ ଫିଲଡିଂ ପ୍ଲେସମେଣ୍ଟକୁ ଗୁରୁତ୍ୱ ଦେବାକୁ ପଡିବ । ଚଳିତ ସିଜିନରେ ଏହି ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ସମ୍ପୂର୍ଣ୍ଣ ୪୦ ଓଭର ଖେଳାଯାଇଛି ଓ ଭଲ ରନ ମଧ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୯୦ ରନ ରହିଛି । ଏହି ଗ୍ରାଉଣ୍ଡରେ ୧୦୩ ଟି ମ୍ୟାଚ ଖେଳାଯାଇଛି, ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୪୩ ଥର ମ୍ୟାଚ ଜିତିଥିବାବେଳେ ରନ ଚେଜ କରୁଥିବା ଦଳ ୫୮ ଥର ମ୍ୟାଚ ଜିତିଛି ।