ଭାରତୀୟ କ୍ରିକେଟର ଯଶପ୍ରୀତ ବୁମରାଙ୍କ ଘରେ ଜନ୍ମ ନେଇଛନ୍ତି ଜୁନିଅର ବୁମରା । ପତ୍ନି ସଞ୍ଜନା ଗର୍ଭବତୀ ଥିବାବେଳେ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ପୁଅର ନାଁ ରଖିଛନ୍ତି ଅଙ୍ଗଦ ଯଶପ୍ରୀତ ବୁମରା । ଏସିଆ କପ୍ ଚାଲିଥିବା ବେଳେ ଯଶପ୍ରୀତ ବୁମରା ଶ୍ରୀଲଙ୍କାରୁ ଭାରତକୁ ପ୍ରତ୍ୟାବର୍ତନ କରିଛନ୍ତି । ଭାରତ ନେପାଳ ମ୍ୟାଚ ୪ ସେପ୍ଟେମ୍ବରରେ ଥିବାବେଳେ ଯଶପ୍ରୀତ ଏହି ମ୍ୟାଚ୍ରୁ ବାଦ ପଡିଛନ୍ତି । ଏହି ନିର୍ଣ୍ଣାୟକ ମ୍ୟାଚରେ ଯଶପ୍ରୀତ ବୁମରା ଉପଲବ୍ଧ ନାହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାୟୀ ବୁମରା ଭାରତ ଆସିବାକୁ ବିସିସିଆଇକୁ ଅନୁମତି ମାଗିଥିଲେ । ଏହା ପରେ ସେ ଭାରତ ଆସି ପତ୍ନୀଙ୍କୁ ଭେଟିବା ସହ ପୁଅ ହୋଇଥିବା ଖୁସି ଖବରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ସହିତ ପୁଅ ନାଁ ଅଙ୍ଗଦ ଯଶପ୍ରୀତ ବୁମରା ରଖିଥିବା ମଧ୍ୟ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।