ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଇଣ୍ଡିଆ ଡିଏଲ୍ଏସ୍(ଡକୱର୍ଥ - ଲୁଇସ୍ - ଷ୍ଟର୍ନ) ପଦ୍ଧତିରେ ୨ରନରେ ବାଜି ମାରିଛି । ପ୍ରଥମ ଟି୨୦ ମ୍ୟାଚର ପ୍ରଥମ ଓଭରରେ ଯଶପ୍ରୀତ ୨ଟି ୱିକେଟ୍ ନେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ଭାରତୀୟ ବୋଲରଙ୍କ ଉନ୍ନତ ବୋଲିଙ୍ଗ ବଳରେ ପ୍ରଥମ ଟି୨୦କୁ ଜିତିବାରେ ସଫଳ ହୋଇଛି ଭାରତ । ଭାରତୀୟ ବୋଲରଙ୍କୁ ଜବାବ ଦେଇ ବ୍ୟାରୀ ମାକାର୍ଥୀ ୫୧ ରନ ସଂଗ୍ରହ କରିଥିଲେ କିନ୍ତୁ ଟିମକୁ ଜିତିବା ପାଇଁ ତାହା ଯଥେଷ୍ଟ ନଥିଲା ।
ଭାରତ ଟସ୍ ଜିତି ବୋଲିଙ୍ଗର ନିର୍ଣ୍ଣୟ ନେଇଥିଲା । ଦୀର୍ଘ ୧୧ ମାସ ପରେ ଟିମକୁ ଫେରିଥିବା ଯଶପ୍ରୀତ ବୁମରା ପ୍ରଥମ ଓଭରରେ ହିଁ ୨ଟି ୱିକେଟ୍ ନେଇ ଆୟାରଲ୍ୟାଣ୍ଡକୁ ଧରାଶାୟୀ କରିଦେଇଥିଲେ । ଭାରତୀୟ ବୋଲର ଭଲ ବୋଲିଙ୍ଗର ପ୍ରଦର୍ଶନ କରିଥିଲେ ଯାହା ଫଳରେ ଆୟାରଲ୍ୟାଣ୍ଡକୁ ୧୩୯ରନରେ ରଖିବାରେ ସଫଳ ହୋଇଥିଲେ । ଯଶପ୍ରୀତ ବୁମରାଙ୍କୁ ସାଥ ଦେଇ ରବି ବିଷ୍ଣୋଇ ଏବଂ ପ୍ରସିଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଅର୍ଶଦୀପ ସିଂ ଶେଷ ସ୍ପେଲରେ ଗୋଟିଏ ୱିକେଟ୍ ନେଇଥିଲେ । ଭାରତୀୟ ବୋଲରଙ୍କୁ ଜବାବ ଦେଇ ବ୍ୟାରୀ ମାକାର୍ଥୀ ୫୧ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୪ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା । ଯାହା ଫଳରେ ଆୟାରଲ୍ୟାଣ୍ଡ ୧୩୯ରନ କରିବାରେ ସଫଳ ହୋଇଥିଲେ । ଦ୍ଵିତୀୟ ଇଂନିଙ୍ଗସରେ ୟଶସ୍ଵୀ ଜେସବାଲ ୨୪ ରନ କରି ୱିକେଟ୍ ହରାଇଥିଲେ । ଋତୁରାଜ ଗାଇକୱାଡ ୧୯ ରନ କରିଥିଲା ବେଳେ ତିଳକ ବର୍ମା ପ୍ରଥମ ବଲରେ ୱିକେଟ୍ ହରାଇଥିଲେ । ଏହା ପରେ ବର୍ଷା ହେବ କାରଣରୁ ମ୍ୟାଚକୁ ବନ୍ଦ ରଖାଯାଇଥିଲା ଏବଂ ଡିଏଲ୍ଏସ୍(ଡକୱର୍ଥ - ଲୁଇସ୍ - ଷ୍ଟର୍ନ) ପଦ୍ଧତିରେ ଭାରତକୁ ବିଜେତା ଘୋଷିତ କରାଯାଇଥିଲା ।
ଅଧିକ ପଢନ୍ତୁ: ଆଜି ଭାରତ-ଆୟର୍ଲାଣ୍ଡ ଟି୨୦ ମୁକାବିଲା