ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି୨୦ ମୁକାବିଲା । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ମ୍ୟାଚ ଜିତିବା ପାଇଁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ଦିଆଯାଇଛି । ଆଜି ସଂଧ୍ୟା ସାଢେ ୭ଟାରେ ଡବଲିନରେ ଖେଳାଯିବ ପ୍ରଥମ ମ୍ୟାଚ୍ ।
ସୂଚନା ମୁତାବକ , ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଯୁବ ବାହିନୀଙ୍କୁ ଦେଖିବାକୁ ମିଳିବ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ । ଆଇପିଏଲ୍ ପ୍ରଦର୍ଶନ ପରେ ଏହି ପରବର୍ତ୍ତୀ ପିଢ଼ିର କ୍ରିକେଟ୍ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ଵାଡ୍, ରିଙ୍କୁ ସିଂହ, ଜିତେଶ ଶର୍ମା। ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ ଫେରିଛନ୍ତି। ଗତବର୍ଷ ଟି୨୦ ବିଶ୍ଵକପ୍ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିଲେ। ବୁମରାଙ୍କ ଫିଟନେସ୍ କିଭଳି ରହୁଛି ତା ଉପରେ ସମସ୍ତଙ୍କ ଦର୍ଶକଙ୍କ ନଜର ।