ପର୍ଥ: ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ପଲ୍ଲା ଭାରି ରହିଛି।ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ବିନା ଓ୍ଵିକେଟ୍ ହରାଇ ୧୭୨ ରନ କରିଛି। ଏଥିସହ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୨୧୮ ରନରେ ଅଗ୍ରଣୀ ହାସଲ କରିଛି। କ୍ରିଜରେ ଯଶସ୍ଵୀ ଜୟସ୍ଵାଲ ୯୦ ରନ ଓ ରାହୁଲ ୬୨ ରନ କରି ବ୍ୟାଟିଂ କରୁଛନ୍ତି। ଏହା ପୂର୍ବରୁ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ଘରୋଇ ଅଷ୍ଟ୍ରେଲିଆ ଭାରତର ୧୫୦ ରନ ଜବାବରେ ୧୦୪ ରନରେ ଅଲଆଉଟ୍ ହୋଇଥିଲା।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୦୪ ପରେ ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନାହାନ୍ତି। ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ୧୭୨ ରନ ଯୋଡ଼ି ସାରିଛନ୍ତି। ଯଶସ୍ଵୀ ଅର୍ଦ୍ଧଶତକ ହାସଲ କରିବା ସହ ୭ ଚୌକା ଓ ୨ ଛକା ସହ ୯୦ ରନରେ ବ୍ୟାଟିଂ କରୁଛନ୍ତି। କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରି ୬୨ ରନରେ ଅପରାଜିତ ଅଛନ୍ତି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ କୌଣସି ଓ୍ଵିକେଟ୍ ନ ହରାଇ ୧୭୨ ରନ କରିଛି। ଏଥିସହ ଭାରତ ୨୧୮ ରନରେ ଅଗ୍ରଣୀ ହାସଲ କରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ହୋଇଥିଲା।
ଶନିବାର ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନର ଖେଳ ୬୭/୭ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଆଲେକ୍ସ କେରି(୨୧)ଙ୍କୁ ଆଉଟ୍ କରି ବୁମରା ନିଜର ପଞ୍ଚମ ସଫଳତା ହାସଲ କରିଥିଲେ। ମିଚେଲ୍ ଷ୍ଟାର୍କ ୨୬ ରନର ଇନିଂସ ଖେଳି ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ। ନାଥନ ଲିୟନ(୫)ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ଇନିଂସକୁ ୧୦୪ ରନରେ ସମାପ୍ତ କରିଥିଲେ। ବୁମରା ୩୦ ରନ ଦେଇ ୫ ସଫଳତା ହାସଲ କରିଥିଲେ। ଡେବ୍ୟୁ ମ୍ୟାଚ୍ରେ ହର୍ଷିତ ରାଣା ୩ ଓ ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହୋଇଥିଲା। ନୀତିଶ ରେଡ୍ଡୀ ୪୧ ଓ ଋଷଭ ପନ୍ତ ୩୭ ରନ କରିଥିଲେ।