ଭୁବନେଶ୍ୱର: ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ପ୍ରଶ୍ନ କାଳ ସୁରୁଖରେ ଚାଲିଥିବା ଦେଖିବାକୁ ମିଳିଛି । କୃଷି ଓ ଶକ୍ତି ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ଆସିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ କୁଲିଅଣାଠାରେ ଚାଷ କରାଯାଉଥିବା ଲେମ୍ବୁକୁ ଗଚ୍ଛିତ ରଖିବାକୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାର ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୫୮ଟି ସବ୍ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟାଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିପିପି ମୋଡରେ ହ୍ରାଇବ୍ରିଡ୍ ଶୀତଳ ଭଣ୍ଡାର ଖୋଲିବାକୁ ସରକାର ଯୋଜନା ରଖିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ବିଜୁ ଜନତା ଦଳ ମୁଲତବୀ ପ୍ରସ୍ତାବ ଆଗତ କରିଛି । ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ ଜଣ ମୃତ୍ୟୁ ପ୍ରସଙ୍ଗର ମୁଲତବୀ ପ୍ରସ୍ତାବ ଆଣିଛି ବିଜେଡ଼ି ।