କେନ୍ଦୁଝର: ପୁଣି ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ଜାଲରେ ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା । ଆଜି କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍ ଜାରି ହୋଇଛି । ଏହି ଚଢ଼ାଉରେ 7 ଜଣ ଡିଏସପି , 5 ଜଣ ଇନିସପେକ୍ଟର, 8 ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି । ଜୁନିଅର୍ ଖଣି ଅଧିକାରୀଙ୍କ କେତେ ସମ୍ପତ୍ତି ଅଛି ତାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସ ଟିମ ତଦନ୍ତ ଜାରି କରିଛନ୍ତି ।