ଆମ୍ବ ଟାକୁଆ ଜାଉ ଖାଇ ଏସସିବିରେ ଚିକିତ୍ସା ହେଉଥିବା ଟୁନି ମାଝୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗ୍ରାମର ଟୁନି ମାଝୀ ଆମ୍ବ ଟାକୁଆ ଜାଉ ଖାଇ ଗୁରୁତର ହୋଇ ଗତ ନଭେମ୍ବର ୩ ତାରିଖରେ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ରୁ ଅଧିକ ଜଣ ଗୁରୁତର ଥିଲେ । ସେମାନଙ୍କ ମଧ୍ୟରୁ ମାଣ୍ଡିପଙ୍କା ଗ୍ରାମର ଟୁନି ମାଝୀ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ବହୁ ଦିନ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଛନ୍ତି । ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମାଣ୍ଡିପଙ୍କା ଗ୍ରାମକୁ ପଠାଯାଇଛି ।