ସମ୍ବଲପୁର : ଭାରତୀୟ ରେଳବିଭାଗର ଆଇଆରସିଟିସି ପକ୍ଷରୁ ଆସନ୍ତା ଦିନ ଗୁଡିକରେ ରେଳଯାତ୍ରୀଙ୍କ ପାଇଁ ବିଭିନ୍ନ ତୀର୍ଥକ୍ଷେତ୍ର କୁ ଯିବାପାଇଁ ସ୍ୱତନ୍ତ୍ର ଟ୍ରେନଯାତ୍ରା ସୁବିଧା କରାଯାଇଛି। ଏନେଇ ସମ୍ବଲପୁର ରେଳଷ୍ଟେସନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆରସିଟିସି ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୁଚନା ଦିଆଯାଇଛି ଯେ ଆସନ୍ତା ମାସରେ ଦେବଭୂମି ଉତ୍ତରାଖଣ୍ଡ ଯାତ୍ରା ପାଇଁ ଭାରତ ଗୈାରବ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ। ଏଥିସହିତ ଆସନ୍ତା ଦିନ ଗୁଡ଼ିକରେ ଆଇଆରସିଟିସି ପକ୍ଷରୁ ସ୍ୱତନ୍ତ୍ର ଭାବରେ ସିଙ୍ଗାପୁର, ମାଲେସିଆ,ନେପାଲ, ଶ୍ରୀଲଙ୍କା,ଦୁବାଇ ଭଲି ଦେଶକୁ ଯାତ୍ରା କରାଇବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୂତ କରାଯାଇଥିବା ନେଇ ସୂଚନା ଦିଆଯାଇଛି।