ସମ୍ବଲପୁର : ମଙ୍ଗଳବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୁର୍ଲା ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏନ୍ଏମଓ ତରଫରୁ ଆୟୋଜନ କରାଯାଇଥିବା ବେଳେ ଏନ୍ଏମଓ ର ପ୍ରଭାରୀ ତଥା ବୁର୍ଲା ଭିମସାର ମେଡ଼ିକାଲର ସହକାରୀ ପ୍ରଫେସର ଡ଼ାକ୍ତର ସଞ୍ଜିବ ମିଶ୍ର ନିଜେ ଶିବିରକୁ ଉଦଘାଟନ କରିଥିବା ବେଳେ ସେବା ଭାରତୀର ସଂଗଠନ ମନ୍ତ୍ରୀ ହୃଷିକେଶ ନାଗ ମଧ୍ୟ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏଥିରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୁର୍ଲାର ପ୍ରାୟ ୨୬୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଶିବିରକୁ ବୁର୍ଲା ଭିମସାର ମେଡିକାଲର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ ପରିଦର୍ଶନ କରିଥିଲେ।