ନୂଆଦିଲ୍ଲୀ: ସାଉଦି ଆରବର ଜେଦାରେ ରବିବାର ଓ ସୋମବାର ଦୁଇ ଦିନ ଧରି ଚାଲିଥିବା ଆଇପିଏଲ୍ ୨୦୨୫ର ମେଗା ନିଲାମ ସମାପ୍ତ ହୋଇଛି । ଏହି ସମୟରେ ୧୦ ଦଳ ମୋଟ୍ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରି ୧୮୨ ଖେଳାଳି କିଣିଛନ୍ତି । ନିଲାମ ପାଇଁ ୫୭୭ ଖେଳାଳିଙ୍କ ନାଁ ଚୂଡାନ୍ତ ହୋଇଥିଲା । ଏମିତିରେ ଅନେକ ତାରକା ଖେଳାଳି ରହିଛନ୍ତି ଯାହାଙ୍କୁ ଅକ୍ସନରେ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି । ବିଶ୍ୱ କ୍ରିକେଟର ୧୫ ତାରକା ଖେଳାଳିଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ ନ କରିବା ସଭିଙ୍କୁ ଆଚମ୍ବିତ କରିଛି ।
ଆଇପିଏଲ୍ ୨୦୨୫ରେ ବିକ୍ରି ହୋଇ ପାରି ନ ଥିବା ଖେଳାଳିଙ୍କ ତାଲିକା
କେନ ୱିଲିୟମସନ- ବେସ୍ ପ୍ରାଇସ୍ ୨ କୋଟି
ଷ୍ଟିଭ୍ ସ୍ମିଥ- ବେସ୍ ପ୍ରାଇସ୍ ୨ କୋଟି
ଜୋନି ବେୟାରଷ୍ଟୋ- ବେସ୍ ପ୍ରାଇସ୍ ୨ କୋଟି
ଡାରିଲ ମିଚେଲ୍- ବେସ୍ ପ୍ରାଇସ୍ ୨ କୋଟି
ପୃଥ୍ୱୀ ଶ- ବେସ୍ ପ୍ରାଇସ୍ ୭୫ ଲକ୍ଷ
ସରଫରାଜ ଖାନ- ବେସ୍ ପ୍ରାଇସ୍ ୭୫ ଲକ୍ଷ
ସାଇ ହୋପ୍- ବେସ୍ ପ୍ରାଇସ୍ ୧.୨୫ କୋଟି
କେଶବ ମହାରାଜ- ବେସ୍ ପ୍ରାସ୍ ୭୫ ଲକ୍ଷ
ମୁସ୍ତାଫିଜୁର ରେହମାନ- ବେସ୍ ପ୍ରାଇସ୍ ୨ କୋଟି
ନବଦୀପ ସାଇନି- ବେସ୍ ପ୍ରାଇସ୍ ୭୫ ଲକ୍ଷ
ଡେଭିଡ ୱାର୍ଣ୍ଣର- ବେସ୍ ପ୍ରାଇସ୍ ୨ କୋଟି
ମୟଙ୍କ ଅଗ୍ରୱାଲ- ବେସ୍ ପ୍ରାଇସ୍ ୧ କୋଟି
ଶାର୍ଦ୍ଦୁଳ ଠାକୁର- ବେସ୍ ପ୍ରାଇସ୍ ୨ କୋଟି
ଜୁନିୟର ଏବି- ବେସ୍ ପ୍ରାଇସ୍ ୭୫ ଲକ୍ଷ
ଶିବମ ମାଭି- ବେସ୍ ପ୍ରାଇସ୍ ୭୫ ଲକ୍ଷ
ଚଳିତ ଆଇପିଏଲ୍ ୨୦୨୫ରେ ମେଗା ନିଲାମରେ ଭାରତୀୟ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ସବୁଠୁ ମହଙ୍ଗା ଖେଳାଳି ହେବାର ରେକର୍ଡ କରିଛନ୍ତି । ତାଙ୍କୁ ଏଲଏସଜି ୨୭ କୋଟି ଟଙ୍କାରେ କିଣିଛି । ଭାରତୀୟ ବ୍ୟାଟର ଶ୍ରେୟସ ଆୟର ଦ୍ୱିତୀୟ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି । ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି । କୋଲକାତା ନାଇଟ୍ ରାଇଡର୍ସ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ କିଣିଛି । କୁହାଯାଉଛି ଏହି ତିନି ଖେଳାଳି ନିଜ ନିଜ ଦଳର ଅଧିନାୟକ ହୋଇ ପାରନ୍ତି ।