ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି । ପ୍ୟାରିସରେ ଚମକିଛନ୍ତି ଭାରତର ଦୁଇ ସୁନା ଝିଅ । ଅଲମ୍ପିକ୍ସରେ ପୁଣି ଥରେ ନିଜର ଦବଦବା ଜାହିର କରିଛନ୍ତି ଅବନୀ ଲେଖେରା । ଶୁକ୍ରବାରରେ ଭାରତକୁ ଦୁଇ ଦୁଇଟି ପଦକ ମିଳିଛି । ୧୦ ମିଟର ବନ୍ଧୁକ ଚାଳନାରେ ଅବନୀ ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ କାଂସ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି ।
ପ୍ୟାରିସରେ ଆରମ୍ଭ ହୋଇଥିବା ପାରା ଅଲିମ୍ପିକ୍ସରେ ଭାରତର ଧୃତ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଫଳରେ ଗୋଟିଏ ଦିନରେ ଦେଶକୁ ଦୁଇଟି ପଦକ ଭେଟି ଦେଇଛନ୍ତି ଏହି ଖେଳାଳି । ୧୦ ମିଟର ରାଇଫଲ୍ ଶୁଟିଂ ଇଭେଣ୍ଟରେ ଅବନୀ ୨୪୭.୭ ସ୍କୋର କରିଛନ୍ତି । ସେହିପରି ମୋନା ଅଗ୍ରୱାଲ ୨୨୮.୭ ସ୍କୋର କରିଛନ୍ତି ।
ଅବନୀ ଲଗାତର ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଜିତିଥିଲେ ।