ନୂଆଦିଲ୍ଲୀ: ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦରୁ ଝଟକା ଲାଗିଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ରଖିଥିବା ତିନୋଟି ସର୍ତ୍ତକୁ ଆଇସିସି ଖାରଜ କରିଛି । ଆଇସିସି ସ୍ପଷ୍ଟ କରିଛି ଯେ ସମ୍ପୂର୍ଣ୍ଣ ଘଟଣା କ୍ରମ ପାଇଁ ବାଂଲାଦେଶକୁ କୌଣସି ଭାବରରେ ଦଣ୍ଡିତ କରାଯାଇ ପାରିବ ନାହିଁ । ଏହା ସହିତ ପୂର୍ବ ପରି ବାଂଲାଦେଶକୁ ଆଇସିସି ତାର ରାଜସ୍ୱର ଅଂଶ ଦେବା ଜାରି ରଖିବ ।
ଲାହୋରରେ ଅନୁଷ୍ଠିତ ଆଇସିସି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଇସିସି ବିନା କୌଣସି ବୋର୍ଡର ଚାପରେ ଉପରୋକ୍ତ ନେଇଛି । ଯଦି ବାଂଲାଦେଶ ବିଶ୍ୱକପରୁ ବାହାର ହୁଏ ତେବେ ବିସିବି କୌଣସି ପ୍ରକାରେ ଆର୍ଥିକ ସ୍ତରରେ ପ୍ରଭାବିତ ହେବ ନାହିଁ । ଆଇସିସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଗତ ଥର ମଧ୍ୟ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରୁ ବାଂଲାଦେଶ ଦଙ୍ଗା ଯୋଗୁଁ ମହିଳା ଟିମ୍ ବଞ୍ଚିତ ରହିଥିଲା ।
ପୂର୍ବରୁ ଭାରତ ବିରୋଧରେ ପାକିସ୍ତାନ ରଖିଥିବା ତିନୋଟି ସର୍ତ୍ତକୁ ମଧ୍ୟ ଆଇସିସି ଖାରଜ କରିଛି । ପାକିସ୍ତାନ ଦାବି କରିଥିଲା ଯେ ଆଇସିସିର ରାଜସ୍ୱ ଅଂଶରେ ପାକିସ୍ତାନର ଅଂଶ ବୃଦ୍ଧି କରାଯିବା ଉଚିତ।
ପିସିବି ଭାରତ ସହିତ ଦ୍ୱିପାକ୍ଷିକ ସିରିଜ୍ ପୁନରାରମ୍ଭ କରିବା ପାଇଁ ରଖିଥିବା ସର୍ତ୍ତକୁ ଆଇସିସି ଖାରଜ କରିଛି । ଆଇସିସି ସ୍ପଷ୍ଟ କରିଛି ଯେ ଦ୍ୱିପାକ୍ଷିକ ସିରିଜ ତାଙ୍କ ଅଧିକାରରେ ଆସୁନାହିଁ । ଏହା ସହିତ ବିଶ୍ୱ ଚାମ୍ପିଅନସିପ୍ ମଧ୍ୟ ଆଇସିସି କୌଣସି ହସ୍ତକ୍ଷେପ କରିପାରିବ ନାହିଁ । ସେହିପରି ଭାରତ-ପାକିସ୍ତାନ-ବାଂଲାଦେଶ ତ୍ରିକୋଣୀୟ ସିରିଜି ସର୍ତ୍ତକୁ ମଧ୍ୟ ଆଇସିସି ଖାରଜ କରିଛି ।
ସେହିପରି ବୈଠକରେ ଆହୁରି ଦାବି କରାଯାଇଥିଲା କି ଭାରତୀୟ ଟିମକୁ ବାଂଲାଦେଶ ଗସ୍ତ କରିବା ଉଚିତ । ଏହାକୁ ମଧ୍ୟ ଆଇସିସି ପ୍ରତ୍ୟାଖ୍ୟାନ କରିଛି । କେଉଁ ଦେଶର ଦଳକୁ ଅନ୍ୟ ଦେଶକୁ ଯିବାକୁ ଆଇସିସି ବାଧ୍ୟ କରିବା ପାରିବ ନାହିଁ ।
ଲାହୋର ହୋଇଥିବା ଏହି ଲମ୍ବା ବୈଠକରେ ଫେବ୍ରୁଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନ କୌଣସି ତରବରିଆ ନିଷ୍ପତ୍ତି ନେଇ ନାହିଁ । ପିସିବି ମୁଖ୍ୟ ମୋହସିନ ନକବୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଜଣାଇବେ ବୋଲି ବୈଠକରେ ସ୍ପଷ୍ଟ କରିଛନ୍ତି । ଆଇସିସି ପାକିସ୍ତାନକୁ ଗୋଟିଏ ଦିନର ସମୟ ଦେଇଛି । ତୁରନ୍ତ ନିଷ୍ପତ୍ତି ଜଣାଇବାକୁ ଆଇସିସି ପିସିବିକୁ କହିଛି ।