ନୂଆଦିଲ୍ଲୀ: ଜୁନିୟରସ୍ତରରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ବହୁତ ପ୍ରଭାବିତ କରିଛି । ୧୪ ବର୍ଷର ଏହି ଖେଳାଳିଙ୍କୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ସହ ତୁଳନା କରି ବଡ ବୟାନ ଦେଇଛନ୍ତି । ବୈଭବ ନିକଟରେ ସଂପନ୍ନ ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ଭାରତକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଥରୁର ଚାହାନ୍ତି ଯେ, ଯେମିତି ସଚିନ ତେନ୍ଦୁଲକରଙ୍କୁ କମ ବୟସରେ ଭାରତୀୟ ଦଳରେ ସୁଯୋଗ ମିଳିଥିଲା, ଠିକ୍ ସେହିପରି ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ୍ ।
୧୯୮୦ ଦଶନ୍ଧିର ଶେଷ ଆଡକୁ ସଚିନଙ୍କୁ ମୁମ୍ବାଇ ମଇଦାନରେ ଅସାଧାରଣ କ୍ରିକେଟ୍ ଖେଳ ପାଇଁ ଭାରତୀୟ ଦଳରେ ଶୀଘ୍ର ସୁଯୋଗ ମିଳିଥିଲା । ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ୧୩/୧୪ ବର୍ଷ ବୟସରେ କ୍ରିକେଟ୍ ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ୨୦୨୫ ଆଇପିଏଲରେ ପଦାର୍ପଣ କରି ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲେ ।
ଥରୁର ଏକ୍ସରେ ଲେଖିଛନ୍ତି, ବୈଭବ ସୂର୍ଯ୍ୟବଂଶୀ ଫାଷ୍ଟ ଟ୍ରାକରେ ବଡ ସମ୍ମାନର ହକଦାର । ଗତ ଦିନରେ ଯେବେ ଆମ ପାଖରେ ୧୪ ବର୍ଷର ଯେଉଁ ଜିନିୟସ ଥିଲେ ସେ ହେଉଛନ୍ତି ସଚିନ ତେନ୍ଦୁଲକର । ଆଉ ଆମେ ତାଙ୍କୁ ଅଧିକ ଦିନ ଅପେକ୍ଷା କରାଇ ନ ଥିଲୁ । ସଚିନଙ୍କୁ ଶୀଘ୍ର ଭାରତୀୟ ଦଳରେ ସୁଯୋଗ ମିଳିଥିଲା । ଥରୁରଙ୍କ ଏହି ପୋଷ୍ଟର ଉଦ୍ଦେଶ୍ୟ ବୈଭବଙ୍କୁ ମଧ୍ୟ ସଚିନଙ୍କ ପରି ଭାରତୀୟ ଦଳରେ ଶୀଘ୍ର ସୁଯୋଗ ମିଳିବା ଉଚିତ୍ ।
ଉଲ୍ଲେଖନୀୟ ବୈଭବ ସୂର୍ଯ୍ୟବଂଶୀ ନିକଟରେ ସଂପନ୍ନ ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ବ୍ୟାଟିଂ କରି ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବ୍ୟାଟିଂ ବଳରେ ଭାରତ ଷଷ୍ଠ ଥର ୧୯ ବର୍ଷରୁ କମ ବିଶ୍ୱ କପ୍ ଟାଇଟଲ୍ ଜିତି ପାରିଛି । ସୂର୍ଯ୍ୟବଂଶୀ ଫାଇନାଲ ମ୍ୟାଚରେ ୮୦ ବଲରୁ ୧୭୫ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ । ଏଥିରେ ୧୫ ଚୌକା ଓ ୧୫ ଛକା ସାମିଲ୍ ଥିଲା ।
Also read:ଭାରତ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ଆଇସିସି ସାମ୍ନାରେ ୩ଟି ସର୍ତ୍ତ ରଖିଲା ପାକିସ୍ତାନ