ଭୁବନେଶ୍ୱର: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ । ସେପଟେ ମାଆ ଜୀବନ ମରଣ ସହିତ ଲଢ଼ୁଛି । ବଲାଙ୍ଗିର-ସୋନପୁର ଟୋଲଗେଟ୍ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମ୍ବେରବାହାଲ ଗାଁର ରମାକାନ୍ତ ନାଏକ ଓ ତାଙ୍କ ଦେଢ ବର୍ଷର ପୁଅ ।
ଗତକାଲି ବଲାଙ୍ଗିର-ସୋନପୁର ଟୋଲଗେଟ ନିକଟରେ ବାଇକକୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ବାପା, ମାଆ ଓ ପୁଅ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ଗୁରୁତର ଥିବା ମାଆଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତା ରୋକ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତା ରୋକ ହଟିଛି ।