ପୁରୀ ପୋଲିସ ଦ୍ୱାରା ଅବୈଧ ମଦ ପରିବହନ ବିରୋଧରେ ଚାଲୁଥିବା କଠୋର ଅଭିଯାନରେ ବାସେଳିସାହି ଥାନା ପୋଲିସର ବଡ ସଫଳତା। ବିଶ୍ୱସ୍ତ ସୂଚନା ଆଧାରରେ ବାସେଳିସାହି ଥାନା ପୋଲିସ ମଙ୍ଗଳାଘାଟ ଛକ ନିକଟରେ ଚେକିଂ କରୁଥିବା ସମୟରେ ଅବୈଧ ଭାବେ ବିଦେଶୀ ମଦ ପରିବହନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଛି ପୋଲିସ।
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୪୬ ବର୍ଷୀୟ କୁଶ ବାରାଳ। ଟଙ୍କା ନିକଟରୁ ପୋଲିସ ମୋଟ ୨୬୯ ବୋତଲ ବିଦେଶୀ ମଦ ସହ ନଗଦ ଟଙ୍କା ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ପୋଲିସ ଏହାକୁ ଅବୈଧ ମଦ ପରିବହନ ସମ୍ପର୍କିତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ବାସେଳିସାହି ଥାନାରେ ସମ୍ପର୍କିତ ଧାରା ଅନୁଯାୟୀ ୪୨/୨୦୨୬ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
ପୁରୀ ପୋଲିସ ଅବୈଧ ମଦ ବିକ୍ରୟ ଓ ପରିବହନ ଉପରେ କଠୋର ନଜର ରଖିଛି ଏବଂ ଆଗାମୀ ଦିନରେ ଏପରି ଅଭିଯାନ ଆହୁରି ଜୋରଦାର ଭାବରେ ଜାରି ରହିବ। ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯଦି କେହି ଅବୈଧ ମଦ ବିକ୍ରୟ କିମ୍ବା ପରିବହନ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ତୁରନ୍ତ ଜଣାଇବାକୁ ପୁରୀ ପୋଲିସ ତରଫରୁ ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ: ସମୁଦ୍ରରେ ଗାଧୋଉଥିବାବେଳେ ଭାସିଗଲେ ପର୍ଯ୍ୟଟକ; ଅଘଟଣ ରୋକିଲେ ଲାଇଫଗାର୍ଡ