କଟକ ଜିଲ୍ଲା ବାଙ୍କି ତହସିଲ ଅନ୍ତର୍ଗତ କୁମୁସରା ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସ୍କ୍ରିମ୍ ଖାଇ ପ୍ରାୟ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଗାଁରେ ପିଲାମାନେ ଚଳିତ ଅଷ୍ଟପ୍ରହରୀ ମହୋତ୍ସବରେ ଜଣେ ବିକ୍ରେତାଙ୍କଠାରୁ ଆଇସ୍କ୍ରିମ୍ କିଣିଥିଲେ।
ଖାଇବା ପରେ ସେମାନଙ୍କ ପାଟି ଓ ଜିଭରେ ଘା’ ହୋଇଥିଲା ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ଆକ୍ରାନ୍ତ ପିଲାମାନଙ୍କୁ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରମାନେ ତୁରନ୍ତ ସେମାନଙ୍କର ଚିକିତ୍ସା କଲେ ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।
ଅନ୍ୟପଟେ ଗାଁ ଲୋକେ ଆଇସକ୍ରିମ ବିକାଳିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। କର୍ତ୍ତୃପକ୍ଷ ଆଇସକ୍ରିମର ନମୁନା ସଂଗ୍ରହ କରି କାରଣ ନିର୍ଣ୍ଣୟ ପାଇଁ ପରୀକ୍ଷାଗାର ପଠାଇଛନ୍ତି।
ଅଧିକ ପଢନ୍ତୁ: ମହାପ୍ରସାଦକୁ ଅପମାନ; ଡାଇନିଂ ଟେବୁଲ୍ ରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ଭାଇରାଲ