ଭୁବନେଶ୍ୱର: ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ। ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଆଜି (ସୋମବାର) ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ଯାଏଁ ସେବା ବନ୍ଦ କରି ଆନ୍ଦୋଳନ କରାଯାଇଛି। ଫଳରେ ଭୁବନେଶ୍ୱରର ରସୁଲଗଡ଼ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି।
ଓଲା, ଉବେର କମ୍ପାନୀ ମନାମାନୀ କରଥିବା ଅଭିଯୋଗରେ ଧର୍ମଘଟ କରାଯାଉଛି। ଗତ ୭ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯାଇଥିବାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଧର୍ମଘଟ ବନ୍ଦ ରଖାଯାଇଥିଲା। ଆଜି ଅନଲାଇନ ଅଟୋ ଓ ଟାକ୍ସି ସଂଘ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଭୁବନେଶ୍ୱରରେ ଯେଉଁମାନେ ଅନଲାଇନରେ ଅଟୋ ଓ ଟାକ୍ସି ଚଳାଉଛନ୍ତି, ସେମାନେ ଏହି ଧର୍ମଘଟ କରୁଛନ୍ତି, ବିଶେଷ କରି ରାଜ୍ୟ ସରକାର ଏଥିରେ କିଛି ସହଯୋଗ କରି ସେମାନଙ୍କ ପାଇଁ ଏକ ଦର ଧାର୍ଯ୍ୟ କରନ୍ତୁ ଏବଂ ଓଲା, ଉବେର କମ୍ପାନୀ ସହ ଆଲୋଚନ କରିବାକୁ ଦାବି ଜଣାଇଛନ୍ତି।
ଅଧିକ ପଢନ୍ତୁ: ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ; ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ