ବଲାଙ୍ଗୀର: ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ। ଅଜଣା ଗାଡ଼ି ଧକ୍କାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି।
ଘଟଣା ମୁତାବିକ, ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ ବାଇକରେ କୌଣସି କାମରେ ଯାଇ ନିଜ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫୫ ବର୍ଷର ଅଜା କ୍ଷୀର ପୁଟେଲ, ୬ବର୍ଷର ନାତି ଦେବାଶିଷ ଓ ସଂପର୍କୀୟ ମୋହନ ପୁଟେଲଙ୍କ ମୃତ୍ୟୁ ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ୪ ବର୍ଷର ନାତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ତୁରେରେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ: ନିଜକୁ ନିଜେ ଗୁଳି ମାରିଦେଲେ ସିଆରପିଏଫ୍ ଯବାନ; ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ