ସୁନ୍ଦରଗଡ଼: ନିଜକୁ ନିଜେ ଗୁଳି ମାରିଦେଲେ ସିଆରପିଏଫ୍ ଯବାନ। ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଦେଇଛନ୍ତି ଯବାନ। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସଦର ଲାଠିକଟା ଥାନା ମାଟକଝରଣ ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। କ୍ୟାମ୍ପ ଭିତରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ସିଆରପିଏଫ ଯବାନ ଜଣକ। ମୃତ ଯବାନ ହେଉଛନ୍ତି, ହାବିଲଦାର ରାଙ୍କର ସୁବାସ ପ୍ରସାଦ।
ଅଧିକ ପଢନ୍ତୁ: ନିଜକୁ ଗୁଳି କରିଦେଲେ କନଷ୍ଟେବଳ, ମାସେ ତଳେ ସରିଥିଲା ନିର୍ବନ୍ଧ
ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଯବାନ ଜଣକ କାହିଁକି ନିଜକୁ ଗୁଳି କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ଶୁଣି ମୃତକଙ୍କ ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ; ୪ ଜଣ ଗୁରୁତର