ଜଳେଶ୍ୱର : କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ବିଭିନ୍ନ ମାରଣାସ୍ତ୍ରରେ ଉଭୟ ଦଳ ପରସ୍ପରକୁ ଆକ୍ରମଣ କରିଛନ୍ତି। ଯେଉଁଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ଜାଣିବାକୁ ପାଇଛି ଯେ ପୁର୍ବଶତ୍ରୁତାକୁ କେନ୍ଦ୍ର କରି ଏପରି କରାଯାଇଛି।
ସୂଚନା ଅନୁସାରେ, କୁହ୍ଲାଚଡ଼ ଗାଁରେ ଫଜଲ ଖାନ୍ ଏବଂ କୁହ୍ଲା ଗାଁର ସେଖ୍ ଲାଲୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା। ରବିବାର ଇନ୍ଷ୍ଟାଗ୍ରାମରେ ଜଣେ ଅନ୍ୟଜଣଙ୍କୁ କମେଣ୍ଟମରା ହୋଇଥିଲେ। ଏହାପରେ ଦୁଇପାରିବାର ସମ୍ନାସାମ୍ନି ହୋଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ଏବଂ ଗଣ୍ଡଗୋଳ ଯାଏଁ ସ୍ଥିତି ଯାଇଥିଲା। ଯାହାଫଳରେ କି ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍ଭିନ୍ ଜାରି ରଖିଛି।
ଅଧିକ ପଢନ୍ତୁ ; ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର