ଭୁବନେଶ୍ୱର : ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଲା କାର। ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ। ପ୍ରାୟ ୧୦ ଫୁଟ ତଳକୁ କାରଟି ଖସି ଏକ ଘର ଉପରେ ପଡ଼ି ଯାଇଥିଲା। ଫଳରେ ତଳେ ଥିବା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏପରିକି କାର ମଧ୍ୟ ଭାଙ୍ଗିରୁଜି ଚୁରମାର ହେଇଯାଇଛି। ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଭୁବନେଶ୍ୱର ଶିଶୁଭବନ ଛକରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କ୍ରେନ ସାହାଯ୍ୟରେ କାରଟି କୁ କାଢ଼ିବାକୁ ଚେଷ୍ଟା ଜାରି ରଖିଛନ୍ତି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଏକ କାରରେ କିଛି ଲୋକେ ବୁଲିବାକୁ ଯାଉଥିଲେ। ହେଲେ ହଠାତ କାରଟି ଭାରସାମ୍ୟ ହରାଇ ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ତଳେ ଥିବା ଏକ ଘର ଭାଙ୍ଗି ଯାଇଛି। ଏହାପରେ ତୁରନ୍ତ କାରରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ରହିଛି। ଖବରପାଇ ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଅଧିକ ପଢନ୍ତୁ ; କୋଟିଏ ଟଙ୍କାର ଗଞ୍ଜେଇ ଜବତ,ତଦନ୍ତ କରୁଛି ପୋଲିସ