ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କେଦାରପଲ୍ଲୀ ବସ୍ତିର ଘର ଉପରୁ ଦୁର୍ଘଟଣାଗ୍ରସ୍ତ କାର୍ ଟିକୁ ଉଠାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପକ୍ଷରୁ ଏକ କ୍ରେନ୍ ସାହାଯ୍ୟରେ କାରକୁ ଓଭରବ୍ରିଜ ଉପରକୁ ଉଠାଇ ନିଆଯାଇଛି। ସେପଟେ ବସ୍ତିବାସିନ୍ଦା କ୍ଷତିପୂରଣ ପାଇଁ ଅଡ଼ି ବସିଛନ୍ତି।
ସୂଚନା ମୁତାବିକ ଆଜି ସକାଳେ ଶିଶୁ ଭବନ ଓଭରବ୍ରିଜରୁ ୧୦ ଫୁଟ୍ ତଳକୁ ଏକ କାର୍ ଖସିପଡିଥିଲା। ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ତଳକୁ ଖସିବା ପରେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା। ଫଳରେ ତଳେ ଥିବା ଘର ଗୁଡିକ ଭାଙ୍ଗିଯାଇଛି। ଘରେ ଥିବା ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରୁ କାର୍ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବସ୍ତିବାସିନ୍ଦା କ୍ଷତିପୂରଣ ପାଇଁ ଅଡ଼ି ବସିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିଛି।
ଅଧିକ ପଢନ୍ତୁ: ନିଜକୁ ନିଜେ ଗୁଳି ମାରିଦେଲେ ସିଆରପିଏଫ୍ ଯବାନ; ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ