ହରାରେ: ୨୦୨୪ରେ ପୁରୁଷ ସିନିୟର ଦଳ ଜିତିଥିଲେ ଟି-୨୦ ବିଶ୍ୱକପ୍ । ୨୦୨୫ରେ ଭାରତୀୟ ମହିଳା ଜିତିଥିଲା ବିଶ୍ୱକପ୍ । ଏବେ ପଛରେ ନାହାନ୍ତି ୧୯ ବର୍ଷରୁ କମ ଭାରତୀୟ ବିଶ୍ୱକପ୍ ଦଳ । ସେମାନେ ମଧ୍ୟ କାହାରିଠୁ କମ ନୁହନ୍ତି ଦେଖାଇ ଦେଇଛନ୍ତି । ଶୁକ୍ରବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୧୦୦ ରନରେ ହରାଇ ଜିତିଛି ୧୯ ବର୍ଷରୁ କମ ବିଶ୍ୱକପ୍ ଟାଇଟଲ୍। ଏହାକୁ ମିଶାଇ ଭାରତୀୟ ଦଳ ମୋଟ୍ ଷଷ୍ଠ ଥର ବିଶ୍ୱକପ୍ ଚାମ୍ପିଅନ ହୋଇଛି । ଭାରତକୁ ବିଶ୍ୱ ବିଜୟୀ କରାଇବାରେ ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି ବିସ୍ଫୋରକ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ସୂରଜ । ତାଙ୍କର ୧୭୫ ରନର ଧୂଆଁଧାର ଇନିଂସ ବଳରେ ଭାରତ ଇଂଲଣ୍ଡକୁ ମାତ୍ ଦେଇ ହୋଇଛି ଚାମ୍ପିଅନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ୍ ହରାଇ ୪୧୧ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଇଂଲଣ୍ଡ ୩୧୧ ରନରେ ଅଲଆଉଟ୍ ହୋଇଛି ।
ଏହା ପୂର୍ବରୁ ଭାରତ ୨୦୨୨, ୨୦୧୮, ୨୦୧୨, ୨୦୦୮, ୨୦୦୦ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ମୋଟାମୋଟି ଭାବେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ନିଜର ଦବଦବା କାଏମ ରଖିଛି । ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇ ଭାରତ ୧୦ମ ଥର ଫାଇନାଲରେ ପହଞ୍ଚିଥିଲା । ବିଶ୍ୱକପ୍ ଜିତି ଅଧିନାୟକ ଆୟୁଷ ମହାତ୍ରେ ବିରାଟ କୋହଲିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ୍ ଜିତିଥିଲା ।
ଏହା ପୂର୍ବରୁ ଭାରତ ୨୦୨୨, ୨୦୧୮, ୨୦୧୨, ୨୦୦୮, ୨୦୦୦ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ମୋଟାମୋଟି ଭାବେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ନିଜର ଦବଦବା କାଏମ ରଖିଛି । ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇ ଭାରତ ୧୦ମ ଥର ଫାଇନାଲରେ ପହଞ୍ଚିଥିଲା । ବିଶ୍ୱକପ୍ ଜିତି ଅଧିନାୟକ ଆୟୁଷ ମହାତ୍ରେ ବିରାଟ କୋହଲିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ୍ ଜିତିଥିଲା ।
୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଜୋଶେଫ ମୁରେଶଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା । ମୁରେଶ((୧୭)ଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ ଅମ୍ବରିଶ । ଏହା ପରେ ବେନ ଡ୍ୱକିନ୍ସ ଓ ବେନ ମେୟର ଇନିଂସ ସମ୍ଭାଳିଥିଲେ । ଉଭୟ ୭୪ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ । ମେୟର୍ସ ୪୫ ରନ କରି ଖିଲନ ପଟେଲଙ୍କ ଶିକାର ହୋଇଥିଲେ । ଏକଦା ୨ ୱିକେଟ୍ ହରାଇ ୧୪୨ ରନ କରି ମଜବୁତ ସ୍ଥିତିରେ ଥିବା ଇଂଲଣ୍ଡକୁ କନିସ୍କ ଚୌହାନ ବଡ ଝଟକା ଦେଇଥିଲେ । ଭାରତୀୟ ବୋଲର ଘାତକ ବୋଲିଂ କରି ଇଂଲଣ୍ଡର ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଦଳ ୭ ୱିକେଟ ହରାଇ ୧୭୭ ରନ ସ୍ଥିତିରେ ପହଞ୍ଚି ଯାଇଥିଲା ।
ମେୟର୍ସ ୪୫ ରନ, ବେନ ଡ୍ୱକିନ୍ସ ୬୬ ରନ ଓ ଅଧିନାୟକ ଥୋମାସ ରିଉ ୩୧ ରନ କରିଥିଲେ । ସଙ୍କଟରେ ଥିବା ଇଂଲଣ୍ଡ ପାଇଁ ଆଶା ଜାଗ୍ରତ କରିଥିଲେ କାଲେବ ଫାଲକନର । ସେ ଏକାକୀ ଗୋଟିଏ ପାଶ୍ୱର୍ରେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ଶତକୀୟ ଇନିଂସ ଖେଳିଥିଲେ । ତେବେ ନିମ୍ନକ୍ରମରେ ତାଙ୍କୁ କେହି ସହଯୋଗ ଦେଇ ପାରି ନ ଥିଲେ । ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ ନେଇ ଇଂଲଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଦେଇ ନ ଥିଲେ । କାଲେବ ଫାଲକନର ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ହେଲେ ସେ ମାତ୍ର ୬୭ ବଲରୁ ୯ ଚୌକା ୭ ଛକା ଜରିଅ।।ରେ ୧୧୫ ରନର ବିସ୍ପୋରକ ଇନିଂସ ଖେଳିଥିଲେ । ତଥାପି ଏହା ଇଂଲଣ୍ଡକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା ।
ଭାରତୀୟ ବୋଲର ୪୦.୨ ଓଭରରେ ୩୧୧ ରନ ସ୍କୋରରେ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ । ଆଉ ୧୦୦ ରନରେ ଜିତି ବିଶ୍ୱ ଚାମ୍ପିଅନ ହୋଇଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରୁ ଆରଏସ ଅମ୍ବରିସ ସର୍ବାଧିକ ୩ ୱିକେଟ ନେଇଛନ୍ତି । ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅଧିନାୟକ ଆୟୁଷ ମହାତ୍ରେ ଓ ଖିଲାନ ପଟେଲଙ୍କୁ ଗୋଟିଏ ଗୋଟି ସଫଳତା ମିଳିଥିଲା ।
ଭାରତୀୟ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରୁ ୧୫ ଚୌକା ଓ ୧୫ ଛକା ସହ ୧୭୫ ରନର ବିଧ୍ୱଂସୀ ଶତକୀୟ ଇନିଂସ ଖେଳିଛନ୍ତି । ତାଙ୍କ ବ୍ୟତୀତ ଅଧିନାୟକ ମହାତ୍ରେ ୫୩ ରନ, ଅଭିଜ୍ଞାନ କୁଣ୍ଡୁ ୪୦ ରନ, ବେଦାନ୍ତ ତ୍ରିବେଦୀ ୩୨ ରନ, ବିହାନ ମାଲହୋତ୍ରା ୩୦ ରନ ଓ କନିଷ୍କ ଚୌହାନ ୩୭ରନର ଉପଯୋଗୀ ରନ କରିଥିଲେ । ଫଳରେ ଭାରତ ୪୧୧ ରନର ବିଶାଳ ସ୍କୋର ଛିଡା କରି ପାରିଥିଲା ।