ଜଗତସିଂହପୁର: କ୍ରିକେଟ ପଡ଼ିଆ ପାଲଟିଲା ରଣକ୍ଷେତ୍ର । ବିଜୟୀ ଟିମଙ୍କୁ ଚୈୟାର, ଷ୍ଟମ୍ପ, ବ୍ୟାଟରେ ପିଟି ଚାଲିଲେ ଦର୍ଶକ । ଏହିଭଳି ଦୃଶ୍ୟ ରାହାମାରେ ଦେଖିବାକୁ ମିଳିଛି ।
ରାହାମାରେ ବିଧାୟକ ସ୍ତରୀୟ ପାରାଦୀପ ଚାମ୍ପିୟନ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲ ଆୟୋଜିତ ହୋଇଥିଲା । l ପାରାଦୀପ ନିର୍ବାଚନ ମଣ୍ଡଳୀର ଯୁବଗୋଷ୍ଠୀଙ୍କ ମଧ୍ୟରେ ଭାଇଚାରା ଓ କ୍ରୀଡାର ବିକାଶ ପାଇଁ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ପାରାଦୀପ ଚାମ୍ପିୟାନ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନ କରିବା ବଣିତୋ ଓ ପାରାଦୀପ ନୂଆଗଡ ଟିମ ମଧ୍ୟରେ ସେମିଫାଇନାଲ ଖେଳାଯାଇଥିଲା । ନୂଆଗଡ ଟିମ ବଣିତୋ ଟିମକୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲା । ବିଜୟୀ ହେବାପରେ ଖେଳାଳିମାନେ ହାତରେ ଷ୍ଟମ୍ପ, ବ୍ୟାଟ ଧରି ପୋଷାକ ଖୋଲି ପଡିଆରେ ବିଜୟ ଉତ୍ସବ ମନାଇଥିଲେ । ଏଥିରେ ସାମିଲ ହୋଇଥିଲେ ସମର୍ଥକ । ବଣିତୋ ଟିମର ସମର୍ଥକ ମାନେ ଏହାକୁ ଦେଖି ରାଗିଯାଇଥିଲେ । ଏହା ପରେ ଉଡ଼ିଥିଲା ଚେୟାର । ଯିଏ ଯେଉଁଥିରେ ପାରିଲା ବିଜୟୀ ଟିମ ଖେଳାଳୀଙ୍କୁ ପିଟି ଚାଲିଳା । ପରିସ୍ଥିତି ଏପରି ହେଲା ନୂଆଗଡ ଟିମର ଖେଳାଳି ଓ ସମର୍ଥକ ଜୀବନ ବିକଳରେ ପଡିଆ ଛାଡି ଯିଏ ଯୁଆଡେ ପାରିଲା ସିଆଡେ ଦଉଡିଲା l କିଛି ସମୟ ପାଇଁ କ୍ରିକେଟ ପଡିଆ ରଣକ୍ଷେତ୍ର ପାଲଟିଥିଲା ସହିତ ଏହି ଖେଳରେ ମଧ୍ୟ ସହଯୋଗ କରିଥିଲେ l ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।