ବେଙ୍ଗାଲୁରୁ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀଣ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବେଙ୍ଗାଲୁରୁ ଟେଷ୍ଟରେ ୮ ୱିକେଟରେ ପରାଜିତ ହୋଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନ କରିବାରୁ ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ କିୱି ଦଳ ୨ ୱିକେଟ୍ ହରାଇ ହାସଲ କରି ନେଇଛି । ତେବେ ଭାରତୀୟ ଦଳ ନିମ୍ନୋକ୍ତ କାରଣ ପାଇଁ ପରାଜିତ ହୋଇଛି ।
ବେଙ୍ଗାଲୁରୁର ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଦ୍ୱିତୀୟ ଦିନରେ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତନେବା ଦଳ ପରାଜୟର ସବୁଠୂ ବଡ କାରଣ ପାଲଟିଛି । ଭାରତ ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହୋଇଥିଲା । ଏତିକି କମ ସ୍କୋର କରିବା ଦଳ ପରାଜୟର ସବୁଠୁ ବଡ କାରଣ ।
ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ଓଡନର ଡେଭନ କନୱେ ଭାରତ ପାଇଁ ମୁସ୍କିଲ ସ୍ଥିତି ସୃଷ୍ଟି କରିଥିଲେ । କନୱେ ୧୦୫ ବଲରେ ୧୧ ଚୌକା ଓ ୩ ଛକା ସହ ୯୧ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସ ଯୋଗୁଁ ନ୍ୟୁଜିଲାଣ୍ଡର ମୂଳ ଦୁଆ ପକାଇଥା । ଏହା ବାଦ୍ ରଚିନ ରବିନ୍ଦ୍ର ୧୩୭ ରନର ଶତକୀ ଇନିଂସ ଖେଳି ଟିମ୍ ସାଉଦିଙ୍କ ସହ ସ୍କୋରକୁ ୪୦୦ ପାର କରାଇଥିଲେ । ଆଉ ଦଳ ଭାରତକୁ ୩୫୬ ରନର ବିଶାଳ ଲିଡ୍ ମିଳିଥିଲା%
ଭାରତ ଚତୁର୍ଥ ଦିନର ପ୍ରଥମ ଦୁଇଟି ସେସନ ଭଲ ବ୍ୟାଟିଂ କରିଥିଲା । ତେବେ ସରଫରାଜ ଖାନଙ୍କ ଆଉଟ୍ ହେବା ସହ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ୩ ୱିକେଟ୍ ହରାଇ ୪୦୮ ରନ କରିଥିବା ଭାରତ ଶେଷ ୭ ୱିକେଟ୍ ୫୪ ରନରେ ହରାଇଥିଲା । ବିଶେଷ କରି ଲୋକେଶ ରାହୁଲ, ରବୀନ୍ଦ୍ର ଜଡେଜା ବିଫଳ ହେବାରୁ ଭାରତ ବଡ ସ୍କୋର ଦେବାରେ ବିଫଳ ହୋଇଥିଲା । ଦଳ ୪୬୨ ରନରେ ଅଲଆଉଟ୍ ହେବାରୁ ନ୍ୟୁଜିଲାଣ୍ଡ ସାମ୍ନାରେ ମାତ୍ର ୧୦୭ ରନ ଟାର୍ଗେଟ୍ ମିଳିଥିଲା ।