ବେଙ୍ଗାଲୁରୁ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୧୦୭ ରନ୍ କରିବାକୁ ପଡ଼ିବ। ଯଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆକୁ ବଡ଼ ସଫଳତା ଦେଇଛନ୍ତି। ଡେଭୋନ୍ କନୱେ ୩୯ ବଲ୍ରେ ୧୭ ରନ୍ କରିଥିଲେ। ଗ୍ରାଉଣ୍ଡ ଅମ୍ପାୟାର ନଟ୍ ଆଉଟ୍ ଡାକିଥିଲେ। କିନ୍ତୁ ଟିମ୍ ଇଣ୍ଡିଆ ଡିଆରଏସ୍ ନେଇଥିଲା ଏବଂ ଏଥିରେ କନୱେଙ୍କୁ ଆଉଟ୍ ଘୋଷଣା କରାଯାଇଥିଲା। ନ୍ୟୁଜିଲାଣ୍ଡ ଦଳ ବିଜୟର ନିକଟତର ହେଉଛି। ଦଳ ୨୦ ଓଭରରେ ୨ ୱିକେଟ୍ ହରାଇ ୭୮ ରନ୍ କରିଛନ୍ତି। ୱିଲ୍ ୟଙ୍ଗ୍ ଓ ରାଚିନ୍ ରବୀନ୍ଦ୍ର କ୍ରିଜରେ ଅଛନ୍ତି।
ଚତୁର୍ଥ ଦିନ ଶେଷ ସୁଦ୍ଧା କିୱି ଦଳ ୪ଟି ବଲ୍ ଖେଳିଥିଲେ ମଧ୍ୟ ଖାତା ଖୋଲି ପାରିନଥିଲା। ସେହିପରି ଟିମ୍ ଇଣ୍ଡିଆର ଦ୍ୱିତୀୟ ଇନିଂସ ୪୬୨ ରନ୍ରେ ସୀମିତ ରହିଥିଲା।
ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ରେ ବ୍ୟାଟିଂ କରିଥିଲେ| ଗୋଟିଏ ପଟେ ସର୍ଫରାଜ ଖାନ୍ ୧୫୦ ରନ୍ କରିଥିବା ବେଳେ ଋଷଭ ପନ୍ତ ଶତକ ହାତଛଡ଼ା କରିଥିଲେ, କିନ୍ତୁ ତାଙ୍କ ୯୯ ରନ୍ ର ଇନିଂସ୍ ଟିମ୍ ଇଣ୍ଡିଆକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଭାରତ ମାତ୍ର ୫୪ ରନ୍ରେ ଶେଷ ୭ ୱିକେଟ୍ ହରାଇଥିବାରୁ ଚତୁର୍ଥ ଦିନର ଶେଷ ଅଧିବେଶନକୁ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ବୋଲରଙ୍କ ନାମରେ ନାମିତ କରାଯାଇଥିଲା।
ଏବେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୦୭ ରନ୍ କରିବାକୁ ପଡ଼ିବ ଏବଂ ଯଦି କିୱି ଦଳ ଏଥିରେ ସଫଳ ହୁଏ ତେବେ ଦୀର୍ଘ ୩୬ ବର୍ଷର ପ୍ରତୀକ୍ଷା ପରେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିବ। ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ୧୯୮୮ରେ ଘରୋଇ ପଡ଼ିଆରେ ଭାରତକୁ ୧୩୬ ରନ୍ରେ ପରାସ୍ତ କରିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ ଦିଲ୍ଲୀପ ଭେଙ୍ଗସରକର।