ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟମ୍ୟାଚ୍ରେ ପରାଜୟ ପରେ ଭାରତୀୟ ଦଳ ଏବେ ବିଜୟ ପଥକୁ ଫେରିବାକୁ ଚାହିଁବ। ଏଭଳି ପରିସ୍ଥିତିରେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ପାଇଁ ଭାରତର ପ୍ରଥମ ୧୧ରେ ବଡ଼ ପରିବର୍ତ୍ତନ ହୋଇପାରେ। ଦ୍ୱିତୀୟ ଟେଷ୍ଟ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଅକ୍ଟୋବର ୨୪ରୁ ଆରମ୍ଭ ହେବ। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ୧୧ ଜଣ ଖେଳାଳିଙ୍କୁ ଖେଳିବା ଦ୍ୱାରା କ'ଣ ହୋଇପାରେ।
ଭାରତ ପକ୍ଷରୁ ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ ଇନିଂସ ଆରମ୍ଭ କରିପାରନ୍ତି। ବେଙ୍ଗାଲୁରୁରେ ପ୍ରଥମ ଇନିଂସରେ ୨ ରନ୍ କରି ଆଉଟ୍ ହେବା ପରେ ରୋହିତ ଦ୍ୱିତୀୟ ଇନିଂସରେ ୬୩ ବଲ୍ ରୁ ୫୨ ରନ୍ କରିଥିଲେ। ସେହିପରି ଯଶସ୍ୱୀ ଜୟସ୍ୱାଲ ପ୍ରଥମ ଇନିଂସରେ ୬୩ ବଲର ସମ୍ମୁଖୀନ ହୋଇ ୧୩ ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିବା ପରେ ଯଶସ୍ୱୀ ଜୟସ୍ୱାଲ ମାତ୍ର ୩୫ ରନ୍ କରିପାରିଥିଲେ।
ପିଠିରେ ଯନ୍ତ୍ରଣା ଯୋଗୁଁ ପ୍ରଥମ ଟେଷ୍ଟ୍ ଖେଳି ନଥିବା ଶୁଭମନ ଗିଲ୍ ଦ୍ବିତୀୟ ମ୍ୟାଚ୍କୁ ଫେରିପାରନ୍ତି। ଯଦି ଗିଲ୍ ଫେରିବେ ତେବେ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳି ନପାରେ। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ୍ ରାହୁଲଙ୍କ ଖାତା ଖୋଲିନଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୧୨ ରନ୍ କରିଥିଲେ।
ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଲୟ ଧରିବାରେ ଲାଗିଛନ୍ତି। ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ ୩ ନମ୍ବରରେ ବ୍ୟାଟିଂ କରି ୧୦୨ ବଲରୁ ୭୦ ରନ୍ କରିଥିଲେ। ପ୍ରଥମ ଟେଷ୍ଟରେ ଶତକରୁ ବଞ୍ଚିତ ହୋଇଥିବା ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଙ୍କୁ ୫ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିଛି।
ନେଙ୍କ ପିଚ୍ ସ୍ପିନରମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ ଭାରତୀୟ ଦଳ ୩ ଜଣ ସ୍ପିନରଙ୍କୁ ନେଇ ଫିଲ୍ଡିଂ କରିପାରିବ। ୱାଶିଂଟନ ସୁନ୍ଦରଙ୍କୁ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏଭଳି ସ୍ଥିତିରେ ତାଙ୍କୁ ପୁଣେ ଟେଷ୍ଟରେ ସୁଯୋଗ ମିଳିପାରେ। ଯଦି ସୁନ୍ଦର ଫାଇନାଲ୍ ୧୧ରେ ଆସନ୍ତି, ତେବେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳି ନପାରେ। ସୁନ୍ଦରଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଏବଂ ତୃତୀୟ ଭାରତୀୟ ସ୍ପିନର ହୋଇପାରନ୍ତି।
ଯଦି ଭାରତୀୟ ଦଳ ପ୍ରଥମ ଟେଷ୍ଟ ଜିତିଥାନ୍ତା, ତେବେ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥାନ୍ତା। ତେବେ ଏବେ ସେ ପୁଣେରେ ବୋଲିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିବ। ଦ୍ବିତୀୟ ଦ୍ରୁତବୋଲର ଭାବେ ଆକାଶ ଦୀପ ମହମ୍ମଦ ସିରାଜଙ୍କ ଠାରୁ ଅଗ୍ରାଧିକାର ପାଇପାରନ୍ତି।
ସମ୍ଭାବିତ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟକିପର), ସର୍ଫରାଜ ଖାନ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମ୍ରା, ଆକାଶ ଦୀପ।
ଅଧିକ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିଗାଡିଲା ଭାରତର ଡବ୍ଲ୍ୟୁଟିସି ଫାଇନାଲର ଗଣିତ