ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବାକୁ ଥିବା ବାତ୍ୟା ଦାନାକୁ ନେଇ ଭାରତୀୟ ରେଳ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଶତାଧିକ ଟ୍ରେନ୍ ବାତିଲ କରିଛନ୍ତି ପୂର୍ବ ତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ପୁରୀରୁ ହାଓଡା ରୁଟ୍ରେ ଚଳାଚଳ କରୁଥିବା ୧୭୮ଟି ଟ୍ରେନ୍ କୁ ବାତିଲ କରାଯାଇଛି । ଅକ୍ଟୋବର ୨୨ରୁ ୨୫ ତାରିଖ ମଧ୍ୟରେ ରେଳ ଯାତାୟତ ବନ୍ଦ ରହିବ । ଏଥିରେ ୮୫ଟି ଅପ୍ ଟ୍ରେନ୍ ଓ ୯୩ଟି ଡାଉନ୍ ଟ୍ରେନ୍ ସାମିଲ ରହିଛି ।
ରେଳ ବିଭାଗର ଘୋଷଣା ଅନୁସାରେ, ୧୭୮ଟି ଟ୍ରେନ୍ ବାତିଲ କରାଯାଇଛି । ବାତିଲ ହୋଇଥିବା ପ୍ରମୁଖ ଟ୍ରେନ ଗୁଡ଼ିକ ହେଲା ହାଓଡା-ସିକନ୍ଦରାବାଦ୍, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ଵର, ହାୱଡା-ଭୁବନେଶ୍ଵର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ଵର ଟ୍ରେନ୍ ବାତିଲ କରାଯାଇଛି । ଯଦି ଆପଣ ଅକ୍ଟୋବର ୨୨, ୨୩, ୨୪ ଏବଂ ୨୫ ମଧ୍ୟରେ ଯାତ୍ରା କରିବାକୁ ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ ଟ୍ରେନ ରିପୋର୍ଟ ବିଷୟରେ ।
ଅକ୍ଟୋବର ୨୪
ସାଲିମାର-ପୁରୀ, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ହାୱଡ଼ା-ପୁରୀ, ଆନନ୍ଦବିହାର-ପୁରୀ, ହାୱଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼କପୁର-ଭଦ୍ରକ, ଭଦ୍ରକ-କଟକ, ଭଦ୍ରକ-କଟକ, ଖଡଗପୁର-ଯାଜପୁର କେନ୍ଦୁଝର ରୋଡ୍, ସମ୍ୱଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ରାଉରକେଲା-ପୁରୀ, ରାଉରକେଲା-ପୁରୀ(ଭିବି), ସମ୍ୱଲପୁର-ସାଲିମାର, ହଟିଆ-ପୁରୀ, ରାଉରକେଲା-ଗୁଣପୁର, ଏଲ୍ଟିଟି-ପୁରୀ, ଦୀଘା-ପୁରୀ, ବଡବିଲ୍-ପୁରୀ, ଟାଟା ନଗର-ବ୍ରହ୍ମପୁର, କେନ୍ଦୁଝର ଗଡ଼-ପୁରୀ, ପାରାଦୀପ-ପୁରୀ, କଟକ-ପଲାସା, କଟକ-ପୁରୀ, କଟକ-ଗୁଣପୁର, କଟକ-ପାରାଦୀପ, କଟକ- ପରାଦୀପ, ଭୁବନେଶ୍ୱର- ଦଶପଲ୍ଲା, ବ୍ରହ୍ମପୁର-ସୁରତ, ଗୁଣପୁର-ବିଶାଖାପାଟଣା, ପଲାସା- ବିଶାଖାପାଟଣା, ଭୁବନେଶ୍ୱର-ଜୁନାଗଡ଼ ରୋଡ୍, ଭୁବନେଶ୍ୱର- ଜଗଦଲପୁର, ପୁରୀ-ଗୁଣପୁର, ରାଉରକେଲା-ପୁରୀ, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟଣା-ଭୁବନେଶ୍ୱର(ଭିବି), ବିଶାଖାପାଟଣା-ଦୀଘା, ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ୱର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍- ଭୁବନେଶ୍ୱର, ପଲାସା-କଟକ, ଜଗଦଲପୁର-ଭୁବନେଶ୍ୱର, ପଲାସା-କଟକ, ପଲାସା-ଭୁବନେଶ୍ୱର, ଗୁଣପୁର-ପୁରୀ, ଭୁବନେଶ୍ୱର-ବାଲେଶ୍ୱର, ଭୁବନେଶ୍ୱର-ଧାନବାଦ, ଭୁବନେଶ୍ୱର-ବ୍ରହ୍ମପୁର, ପୁରୀ-ଜୟନଗର, ପୁରୀ-ସମ୍ୱଲପୁର, ପୁରୀ-ଅନୁଗୋଳ, ପୁରୀ-ତାଳଚେର, ପୁରୀ-ଅହମ୍ମଦାବାଦ, ପୁରୀ-ଦଶପଲ୍ଲା, ପୁରୀ-ଟିପିଟିୱାଇ, ପୁରୀ-ଦୀଘା, ପୁରୀ-ସିଆଲ୍ଦା, ପୁରୀ-ସୋନପୁର, ପୁରୀ-ହାଟିଆ, ପୁରୀ-ଋଷିକେଷ, ପୁରୀ-ନୂଆଦିଲ୍ଲୀ, ପୁରୀ-ସାଲିମାର, ପୁରୀ-ଆଜମେର୍, ପୁରୀ-ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧାରୋଡ଼-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ-ଖଡ଼ଗପୁର, ବିଶାଖାପାଟଣା-ପଲାସା, ଭୁବନେଶ୍ୱର-ହାୱାଡା, ପୁରୀ-ସାଲିମାର, ପୁରୀ-ହାୱାଡ଼ା, ବିଶାଖାପାଟଣା-ବ୍ରହ୍ମପୁର, ପୁରୀ-ରାଉରକେଲା ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।
ଅକ୍ଟୋବର ୨୫
ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର-ଖୋର୍ଦ୍ଧା ରୋଡ୍, ହାୱଡା-ପୁରୀ, କେନ୍ଦୁଝର ଗଡ଼-ଖୋର୍ଦ୍ଧା ରୋଡ୍, ଦୀଘା-ବିଶାଖାପାଟଣା, ଭୁବନେଶ୍ୱର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଦଶପଲ୍ଲା-ପୁରୀ, ସୋନପୁର-ପୁରୀ, ସାଲିମାର-ପୁରୀ, ହାୱଡ଼ା-ପୁରୀ, ସାଲିମାର-ପୁରୀ, ସାଲିମାର-ସମ୍ୱଲପୁର, ଗୁଣପୁର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ସୋନପୁର, ଭୁବନେଶ୍ୱର-ନୂଆଦିଲ୍ଲୀ(ରାଜଧାନୀ ଏକ୍ସପ୍ରେସ), ପୁରୀ-ରାଉରକେଲା, ପୁରୀ-ନାଜାମ୍ଦ୍ଦିନ୍, ପୁରୀ-ରାଉରକେଲା(ଭିବି), ପୁରୀ-ହାୱଡା, ପୁରୀ-ବଡ଼ବିଲ୍-ପାରାଦୀପ, ପୁରୀ-କଟକ, ପୁରୀ-ସାଲିମାର, ପୁରୀ-ଆନନ୍ଦବିହାର, ପୁରୀ-ଗୁଣପୁର, କଟକ-ଭଦ୍ରକ, କଟକ-ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍- ଖଡଗପୁର, ପାରାଦୀପ-କଟକ, ପାରାଦୀପ-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ- ହାୱଡା, ଭଦ୍ରକ-ବାଲେଶ୍ୱର, ଦଶପଲ୍ଲା-ଭୁବନେଶ୍ୱର, ଗୁଣପୁର-ପୁରୀ, ବିଶାଖାପାଟଣା-ଗୁଣପୁର ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି ।
ଅକ୍ଟୋବର ୨୬
ଅହମ୍ମଦାବ-ପୁରୀ, ନିଜାମୁଦ୍ଦିନ-ପୁରୀ, ଜୟନଗର-ପୁରୀ ପ୍ରମୁଖ ଟ୍ରେନ୍ ବାତିଲ କରାଯାଇଛି ।