ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖରେ ଓଡ଼ିଶା ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଉରକେଲାରେ ଆୟୋଜିତ ହେବାକୁ ଥିବା ବିର୍ସାମୁଣ୍ଡାଙ୍କ ଜନ୍ମ ତିଥି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ରାଜ୍ୟ ସରକାରଙ୍କ ନୂତନ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଁଚିବେ । ଏହା ପରେ ସେଠାରୁ ହେଲିକପ୍ଟରରେ ସିଧାସଳଖ ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ସେଠାରେ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ କରିବା ସହିତ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଭିତ୍ତି ପ୍ରସ୍ତର ଏବଂ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।