ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଆଜି ଦୁଇଟି ଦଳର ଅଭିଯାନ ସମାପ୍ତ ହୋଇପାରେ । ଆଜି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ଦିନର ପ୍ରଥମ ମ୍ୟାଚ୍ ୟୁଏଇ ଓ ଓମାନ ମଧ୍ୟରେ ଖେଳାଯିବ ଏବଂ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ହଂକଂ । ଏଥିରୁ ଗୋଟିଏ ମ୍ୟାଚର ଫଳାଫଳ ଉପରେ ଏହା ନିର୍ଭର କରେ ଯେ, କଣ ପାକିସ୍ତାନକୁ ହରାଇବା ପରେ ଭାରତୀୟ ଦଳକୁ ସୁପର-୪ର ଟିକେଟ୍ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିବା ପୂର୍ବରୁ ମିଳିଯିବ ନା ପୁଣି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ୟୁଏଇ ଓ ଓମାନ ଟିମ୍ ଗ୍ରୁପ ଏରେ ଭାରତ ଓ ପାକିସ୍ତାନ ସହ ଅଛନ୍ତି । ଦୁଇ ଦଳ ନିଜର ଗୋଟିଏ ଲେଖାଏଁ ମ୍ୟାଚ୍ ହାରି ସାରିଛନ୍ତି । ଯଦି ଆଜି ୟୁଏଇ ବନାମ ଓମାନ ମ୍ୟାଚର ପରିଣାମ ୟୁଏଇ ସପକ୍ଷରେ ଯାଏ ତେବେ ଓମାନ ସୁପର -୪ରୁ ବାଦ୍ ପଡିବ ଏବଂ ଭାରତକୁ ସୁପର-୪ର ଟିକେଟ୍ ମିଳିଯିବ । କାରଣ ଭାରତ ବ୍ୟତୀତ କୌଣସି ଗୋଟିଏ ଦଳର ଚାରି ପଏଣ୍ଟ ହିଁ ରହିବ ।
ଭାରତୀୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୪ ପଏଣ୍ଟ ପାଇ ସାରିଛି । ଯଦି ୟୁଏଇ ଓମାନକୁ ହରାଏ ଏବଂ ଓମାନ ଶେଷ ମ୍ୟାଚରେ ଭାରତକୁ ହରାଇଲେ ମଧ୍ୟ ଖାତାରେ ଦୁଇ ପଏଣ୍ଟ ରହିବ । ଏହା ବ୍ୟତୀତ ୟୁଏଇ ଓ ପାକିସ୍ତାନ ମଧ୍ୟରେ ମ୍ୟାଚର ପରିଣାମ ଏହା ସ୍ଥିର କରିବ ଯେ, କେଉଁ ଦ୍ୱିତୀୟ ଦଳ ସୁପର ୪ ପାଇଁ ଗ୍ରୁପ ଏରୁ ଯୋଗ୍ୟତା ଅର୍ଜନ କରିବ । ୟୁଏଇ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ନକଆଉଟ୍ ପରି ରହିବ ।
ଗ୍ରୁପ ବିରେ ଶ୍ରୀଲଙ୍କା ବନାମ ହଂକଂ ମ୍ୟାଚରେ ଯଦି ହଂକଂ ପରାଜିତ ହୁଏ ତେବେ ଦଳ ସୁପର ୪ ଦୌଡରୁ ବାଦ୍ ପଡିବ । କାରଣ ହଂକଂ ଦଳର ଏହା ତୃତୀୟ ମ୍ୟାଚ୍ । ଦଳ ପୂର୍ବରୁ ଦୁଇଟି ମ୍ୟାଚ୍ ହାରି ସାରିଛି । ତୃତୀୟ ମ୍ୟାଚ୍ ହାରିଲେ ଦଳ ସୁପର-୪ ଦୌଡରୁ ବାଦ୍ ପଡିବ । ଶ୍ରୀଲଙ୍କାର ସୁପର-୪ରେ ପହଞ୍ଚିବାର ସମ୍ଭାବନା ଅଧିକ ବଢିଯିବ ।
Also read: ହାତ ନ ମିଳାଇବାକୁ ନେଇ ହେବେ କି ଦଣ୍ଡିତ ଭାରତୀୟ ଟିମ୍ ? ଜାଣନ୍ତୁ ଆଇସିସିର ନିୟମ...