ନୂଆଦିଲ୍ଲୀ: ଭାରତୀୟ ଦଳର ଅନେକ ଖେଳାଳିି ପର୍ଥ ଟେଷ୍ଟ ପୂର୍ବରୁ ଆହତ ହୋଇଛନ୍ତି । ସବୁଠୁ ଅଧିକ ଆହତ ହୋଇଛନ୍ତି ଶୁଭମନ ଗିଲ୍ । ଏହି ଯୁବ ବ୍ୟାଟରଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । କେଏଲ ରାହୁଲ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ସେ ଫିଟ୍ ହୋଇ ଯାଇଛନ୍ତି । ସରଫରାଜ ଖାନଙ୍କୁ ମଧ୍ୟ ହାଲୁକା ଆଘାତ ଲାଗିଥିଲା । କିନ୍ତୁ ଏବେ ସେ ସଂପୂର୍ଣ୍ଣ ଫିଟ୍ । ଅନ୍ୟପଟେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ଯଶସ୍ୱୀ ଜୟସ୍ୱାଲଙ୍କ ସହିତ ଓପନିଂ କରିବାର ସୁଯୋଗ ମିଳିପାରେ ।
ଯଦି ଶୁଭମନ ଗିଲ୍ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି ତେବେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାର । ଚତୁର୍ଥ କ୍ରମରେ ବିରାଟ କୋହଲି ବ୍ୟାଟିଂ କରିବେ । ପଞ୍ଚମରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ । ସରଫରାଜ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଧ୍ରୁବ ଜୁରେଲଙ୍କ ନାଁ ଉପରେ ମଧ୍ୟ ଦଳ ପ୍ରବନ୍ଧକ ବିଚାର କରି ପାରନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ପର୍ଥ ଟେଷ୍ଟରେ ସୁଯୋଗ ମିଳିପାରେ । ତେବେ ବୋଲିଂରେ ଭାରତୀୟ ଦଳ ପାଖରେ ଅନେକ ବିକଳ୍ପ ରହିଛି ।
ଇୁମରାଙ୍କ ସହିତ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ନିଶ୍ଚିତ ଲାଗୁଛି । କିନ୍ତୁ ବାକି ଦ୍ରୁତ ବୋଲର କିଏ ରହିବେ ତାହା କହିବା ମୁସ୍କିଲ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ରହିପାରେ । ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ ଓ ହର୍ଷିତ ରାଣା ମଧ୍ୟ ପ୍ରବଳ ଦାବିଦାର ରହିଛନ୍ତି । ନୀତିଶ ରେଡ୍ଡୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଦେଖିବାକୁ ବାକି ରହିଲା କେଉଁ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ।