ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଏଥର ସାଉଦି ଆରବର ଜେଦାରେ ଆୟୋଜିତ ହେଉଛି । ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଚାଲିବ ଏହି ନିଲାମ । ଏଥିପାଇଁ ୧୫୦୦ରୁ ଅଧିକ ଖେଳାଳି ନିଜର ନାଁ ପଞ୍ଜିକରଣ କରିଛନ୍ତି । ତେବେ ଏଥିରୁ ମୋଟ୍ ୫୭୪ ଖେଳାଳିଙ୍କ ନାଁ ସଟଲିଷ୍ଟ କରାଯାଇଛି ।
ଆଇପିଏଲ୍ ୨୦୨୫ ନିଲାମୀରେ ମୋଟ୍ ୫୭୪ ଖେଳାଳିଙ୍କ ଉପରେ ନିଲାମ ଡାକରା ହେବ । କିନ୍ତୁ ଏଥିରୁ କେବଳ ୨୦୪ ଖେଳାଳି ହିଁ ନିଲାମ ହେବେ । ବାକିଙ୍କ ନିରାଶ ହେବାକୁ ପଡିବ । ଏଥର ନିଲାମିରେ ଜୋଫ୍ରା ଆର୍ଚର, କ୍ୟାମେରୁନ ଗ୍ରୀନ, କ୍ରିସ ୱକ୍ସ, ଜାସନ ରୟ ଓ ବେନ ଷ୍ଟୋକ୍ସଙ୍କ ପରି ଖେଳାଳିଙ୍କୁ ଦେଖିବାକୁ ମିଳିବନି ।
ଏଥର ମେଗା ଅକ୍ସନରେ ସର୍ବାଧିକ ଅଷ୍ଟ୍ରେଲିଆର ୩୭ ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି । ଆଇପିଏଲ୍ ୨୦୨୫ର ନିଲାମ ପାଇଁ ୧୩ ଦେଶର ମୋଟ୍ ୫୭୪ ଖେଳାଳି ସଟଲିଷ୍ଟ ହୋଇଛନ୍ତି । ଏଥିରେ ସ୍କଟଲାଣ୍ଡ ଓ ଜିମ୍ବାୱେର ୩ ଜଣ ଲେଖାଏଁ ଖେଳାଳି ରହିଛନ୍ତି । ଏହି ମେଗା ଅକ୍ସନରେ ୮୧ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି । ୨୭ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧.୫୦ କୋଟି ରହଛି । ୧୮ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧.୨୫ କୋଟି ରହିଛି ।
ଆଇପିଏଲ୍ ୨୦୨୫ର ନିଲାମ ପାଇଁ କେଉଁ ଦେଶର କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ
ଆଫଗାନିସ୍ତାନ- ୧୮ ଖେଳାଳି
ଅଷ୍ଟ୍ରେଲିଆ- ୩୭ ଖେଳାଳି
ବାଂଲାଦେଶ- ୩୭ ଖେଳାଳି
ଇଂଲଣ୍ଡ- ୩୭ ଖେଳାଳି
ଭାରତ- ୩୬୬ ଖେଳାଳି
ଆୟରଲାଣ୍ଡ- ୨ ଖେଳାଳି
ନ୍ୟୁଜିଲାଣ୍ଡ- ୨୪ ଖେଳାଳି
ସ୍କଟଲାଣ୍ଡ- ୧ ଖେଳାଳି
ଦକ୍ଷିଣ ଆଫ୍ରିକା- ୩୧ ଖେଳାଳି
ଶ୍ରୀଲଙ୍କା- ୧୯ ଖେଳାଳି
ୟୁଏସଏ- ୨ ଖେଳାଳି
ୱେଷ୍ଟଇଣ୍ଡିଜ- ୨୨ ଖେଳାଳି
ଜିମ୍ବାୱେ- ୩