ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହି କ୍ରମରେ ଆଇସିସିର ଟ୍ରଫି ନଭେମ୍ବର ୧୪ରେ ପାକିସ୍ତାନର ଇସଲାମାବାଦ ପହଞ୍ଚି ଯାଇଛି। ପାକିସ୍ତାନ ସରକାର ଟ୍ରଫିକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ବୁଲାଇବାକୁ ଯୋଜନା କରିଥିଲା। ମାତ୍ର ବିସିସିଆଇର ଆପତ୍ତି ପରେ ଆଇସିସି ଏହାକୁ ରଦ୍ଦ କରି ଦେଇଛି। ଏଥିସହ ଆଇସିସି ଟ୍ରଫି ପିଓକେ ଯିବ ନାହିଁ। ନୂତନ କାର୍ଯ୍ୟସୂଚୀ ଅନୁସାରେ ଏହି ଟ୍ରଫି ୧୨ ଦିନିଆ ଟୁରରେ ଭାରତ ଆସିବ। ଏହା ବ୍ୟତୀତ ବାକି ଦେଶରେ ବି ଟ୍ରଫି ଭ୍ରମଣ କରିବ।
ଟ୍ରଫିକୁ ନଭେମ୍ବର ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଭ୍ରମଣ କରିବ। ଏହାକୁ ଦୁନିଆର ସର୍ବୋଚ୍ଚ ପର୍ବତ ଶିଖର କେ ଟୁ ନିଆଯିବ। ମୋଟ୍ ଉପରେ ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଭ୍ରମଣ କରିବ। ଟ୍ରଫି ଜାନୁଆରୀ ୨୬ ଉପଲକ୍ଷେ ଭାରତରେ ରହିବ। କାରଣ ଏହି ଦିନ ଭାରତରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଆଇସିସି ନୂଆ କାର୍ଯ୍ୟସୂଚୀ ଅନୁସାରେ ଟ୍ରଫି ଜାନୁଆରୀ ୧୫ରେ ଭାରତକୁ ଆସିବ ଓ ଜାନୁଆରୀ ୨୬ ପର୍ଯ୍ୟନ୍ତ ବିଭିନ୍ନ ସହର ଭ୍ରମଣ କରିବ। ଏଥିସହ ଟ୍ରଫି ନିର୍ଦ୍ଧାରିତ ତାରିଖରେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଯାତ୍ରା କରିବ।
ଟ୍ରଫି ଯାତ୍ରାର ପୂରା କାର୍ଯ୍ୟକ୍ରମ
ନଭେମ୍ବର ୧୬- ଇସଲାମାବା, ପାକିସ୍ତାନ
ନଭେମ୍ବର ୧୭- ତକ୍ଷଶିଳା ଓ ଖାନପୁର, ପାକିସ୍ତାନ
ନଭେମ୍ବର ୧୮- ଏବଟାବାଦ, ପାକିସ୍ତାନ
ନଭେମ୍ବର ୧୯- ମୁରି, ପାକିସ୍ତାନ
ନଭେମ୍ବର ୨୯- ନଥିଆ ଗଲି, ପାକିସ୍ତାନ
ନଭେମ୍ବର ୨୨ରୁ ୨୫- କରାଚି, ପାକିସ୍ତାନ
ନଭେମ୍ବର ୨୬ରୁ ୨୮- ଆଫଗାନିସ୍ତାନ
ଡିସେମ୍ବର ୧୦ରୁ ୧୩- ବାଂଲାଦେଶ
ଡିସେମ୍ବର ୧୫ରୁ ୨୨- ଦକ୍ଷିଣ ଆଫ୍ରିକା
ଡିସେମ୍ବର ୨୫ରୁ ଜାନୁଆରୀ ୫- ଅଷ୍ଟ୍ରେଲିଆ
ଜାନୁଆରୀ ୬ରୁ ୧୧- ନ୍ୟୁଜିଲାଣ୍ଡ
ଜାନୁଆରୀ ୧୨ରୁ ୧୪- ଇଂଲଣ୍ଡ
ଜାନୁଆରୀ ୧୫ରୁ ୨୬- ଭାରତ
ଜାନୁଆରୀ ୨୭- ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସ୍ଥାନ, ପାକିସ୍ତାନ