ନୂଆଦିଲ୍ଲୀ। ତିଲକ ବର୍ମାଙ୍କ ଦମଦାର ଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକାରେ ଟି-୨୦ରେ ସବୁଠାରୁ ବଡ଼ ସ୍କୋର କରି ବିଜୟୀ ହୋଇଛି। ସେଞ୍ଚୁରି୍ରନ୍ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଭାରତ ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଭଲ ଆରମ୍ଭ କରିଥିଲା। କିନ୍ତୁ ହେନରିଚ୍ କ୍ଲାସେନ୍ ଓ ମାର୍କୋ ଜାନସେନ୍ ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା। ବିଶେଷ କରି ଜାନସେନ ନିଶ୍ଚିତ ଭାବେ ଭାରତକୁ ଅସୁବିଧାରେ ପକାଇଥିଲେ, କିନ୍ତୁ ଟାର୍ଗେଟ ଏତେ ବଡ଼ ଥିଲା ଯେ ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇବା ସହଜ ନଥିଲା।
ଶେଷ ୨ ଓଭରରେ ୫୧ ରନ୍ ଆବଶ୍ୟକ ଥିଲା। ଦକ୍ଷିଣ ଆଫ୍ରିକା ୧୯.୪ ଓଭର ପର୍ଯ୍ୟନ୍ତ ଖେଳରୁ ବାଦ୍ ପଡ଼ିନଥିଲା। ତେବେ ଭାରତୀୟ ବୋଲରମାନେ ଧୈର୍ଯ୍ୟ ପ୍ରଦର୍ଶନ କରି ଆଫ୍ରିକାକୁ ୧୧ ରନ୍ରେ ପରାସ୍ତ କରିଥିଲେ। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ ପାଇଁ ତିଲକ ବର୍ମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ମ୍ୟାଚ୍ ପରେ ତିଲକ କହିଛନ୍ତି, ମୋ ପାଖରେ ଶବ୍ଦ ନାହିଁ, ସିରିଜ୍ ଦୃଷ୍ଟିରୁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା। ତେଣୁ ଏଭଳି ଇନିଂସ ଖେଳିମୁଁ ଖୁସି। ଏହାର ପୂରା ଶ୍ରେୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଯାଉଛି। ମ୍ୟାଚ୍ ପୂର୍ବରୁ ସେ ମୋତେ କହିଥିଲେ ଯେ ମୁଁ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରିବି, ତେଣୁ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଟିମ୍ ମ୍ୟାନେଜମେଣ୍ଟ ପ୍ରତ୍ୟେକ ଖେଳାଳିଙ୍କୁ ସମର୍ଥନ କରୁଥିବାରୁ ଆମେ ନିଜ ଉପରେ ଚାପ ନେଉନାହୁଁ।
ସୂଚନାଯୋଗ୍ୟ, ତିଲକ ବର୍ମା କଠିନ ବ୍ୟାଟିଂ କରି ଅପରାଜିତ ୧୦୭ ରନ୍ କରିଥିଲେ। ତିଲକ ନିଜ ଇନିଂସରେ ୫୬ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ଓ ୭ଟି ଛକା ମାରିଥିଲେ। ତିଲକ ଭାରତ ପାଇଁ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହୋଇଥିଲେ, ଯିଏ କି ଟି-୨୦ରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।
ଅଧିକ ପଢ଼ନ୍ତୁ: ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନ୍ରେ ବିଜୟୀ