ଜୋହାନ୍ସବର୍ଗ: ଭାରତୀୟ ଦଳ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ରେ ସଞ୍ଜୁ ସାମସନ ଓ ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ବଳରେ ୨୦ ଓଭରରେ ଏକ ମାତ୍ର ୱିକେଟ୍ ହରାଇ ୨୮୩ ରନ କରିଛି । ସଞ୍ଜୁ ସାମସନ ଓ ତିଳକ ବର୍ମା ସିରିଜରେ ନିଜର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ସଞ୍ଜୁ ପ୍ରଥମ ଓ ତିଳକ ବର୍ମା ତୃତୀୟ ଟି-୨୦ରେ ଶତକ ଅର୍ଜନ କରିଥିଲେ । ଏଥିସହ ଭାରତୀୟ ଦଳ ବିଦେଶୀ ମାଟିରେ ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର କରିଛି । ଦକ୍ଷିଣ ଆଫ୍ରିକା ସାତ ବୋଲରଙ୍କୁ ଲଗାଇଥିଲେ ହେଁ ସଫଳତା ମିଳି ନ ଥିଲା ।
ତିଳକ ବର୍ମା ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ରେକର୍ଡ ଭାଗିଦାରୀ କରିଛନ୍ତି । ଦୁହିଁଙ୍କ ମଧ୍ୟରେ କେବଳ ୮୬ ବଲରୁ ୨୧୦ ରନର ଭାଗିଦାରୀ ହୋଇଛି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନିଂରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଦଳକୁ ଦମଦାର ଆରମ୍ଭ ଦେଇ ପ୍ରଥମ ୱିକେଟ୍ ଭାଗିଦାରୀରେ ୭୮ ରନ ଯୋଡିଥିଲେ । ଅଭିଷେକ ଶର୍ମା ୧୮ ବଲରୁ ୩୪ ରନ କରିଥିଲେ ।
ଏହା ପରେ ସଞ୍ଜୁ ସାମସନ ଓ ତିଳକ ବର୍ମା ଉଭୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ରେକର୍ଡ ୨୧୦ ରନର ଭାଗିଦାରୀ ଯୋଡିଥିଲେ । ସଞ୍ଜୁ ସାମସନ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବର୍ଷରେ ତିନି ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି । ସାମସନ ୫୬ ବଲରୁ ୯ ଛକା ଓ ୬ କୌକା ସହ ଅପରାଜିତ ୧୦୯ ରନ କରିଥିଲେ । ଅନ୍ୟପଟେ ତିଳକ ବର୍ମା ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି । ତିଳଖ ୪୭ ବଲରୁ ୧୦ ଛକା ଓ ୯ ଛକା ସହ ଅପରାଜିତ ୧୨୦ ରନର ରେକର୍ଡ ଇନିଂସ ଖେଳିଛନ୍ତି ।
ଏହା ହେଉଛି ରେକର୍ଡ
ସଞ୍ୁ ଓ ତିଳକ ବର୍ମାଙ୍କ ମଧ୍ୟରେ ସବୁଠୁ ବଡ ଭାଗିଦାରୀ ହୋଇଛି । ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୮୬ ବଲରେ ୨୧୦ ରନ ଯୋଡିଛନ୍ତି ।
ଭାରତ ବିଦେଶୀ ମାଟିରେ ସର୍ବାଧିକ ରନ କରିବାର ରେକର୍ଡ ଭାଙ୍ଗିଛି । ଭାରତ ୨୦ ଓଭରରେ ୨୮୩ ରନ କରିଛି ।
ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ଗୋଟିଏ ଇନିଂସରେ ଦୁଇଟି ଶତକ ଦେଖିବାକୁ ମିଳିଛି । ସଞ୍ୁ ଓ ତିଳକ ଏହି ଶତକ ହାସଲ କରିଛନ୍ତି ।
ତିଳକ ବର୍ମା ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ଟି-୨୦ରେ କ୍ରମାଗତ ଦୁଇଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ଏହା ପୂର୍ବରୁ ସଞ୍ଜୁ ସାମସନ କ୍ରମାଗତ ଶତକ ହାସଲ କରିଥିଲେ ।