ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ବ୍ୟାଟର ଚେତେଶ୍ୱର ପୂଜାରା ଏକ ନୂତନ ଭୂମିକାରେ ନଜର ଆସି ପାରନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ । ଏହି ମୁକାବିଲା ନଭେମ୍ବର ୨୨ରୁ ଆରମ୍ଭ ହେବ । ପୂଜାରା ଏହି ମୁକାବିଲାରେ କମେ ଣ୍ଟ୍ରି ବକ୍ସରେ ନଜର ଆସି ପାରନ୍ତି । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ପୂଜାରା ଭାରତୀୟ ଦଳ ପାଇଁ ୧୦୩ ଟେଷ୍ଟ ଖେଳିଛନ୍ତି ।
ପୂଜାରା ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ୨୦୨୩ ଜୁନ ପରଠୁ ସେ ଆଉ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରି ନାହାନ୍ତି । ପୂଜାରା ଏବେ ନୂତନ ଭୂମିକାରେ ନଜର ଆସି ପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂଜାରା ଏବେ ଷ୍ଟାର ସ୍ପୋର୍ଟ୍ସ ପାଇଁ ହିନ୍ଦୀ କମେ ଣ୍ଟ୍ରି କରି ପାରନ୍ତି । କିନ୍ତୁ ଏହାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଉଲ୍ଲେଖନୀୟ ଭାରତୀୟ ଦଳ ରୋହିତ ଶର୍ମାଙ୍କ ବିନା ପର୍ଥ ଟେଷ୍ଟ ଖେଳିପାରେ । କାରଣ ତାଙ୍କ ପତ୍ନୀ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି । ତେଣୁ ରୋହିତ ପରିବାର ସହିତ ସମୟ ବିତାଇବାକୁ ଚାହାନ୍ତି । ସେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଦଳରେ ଯୋଗ ଦେଇ ପାରନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ।
ପୂଜାରା ଭାରତୀୟ ଦଳ ପାଇଁ ୨୦୧୦ରେ ପଦାର୍ପଣ କରିଥିଲେ । ସେ ଶେଷ ଟେଷ୍ଟ ମ୍ୟାଚ୍ ୨୦୨୩ରେ ଖେଳିଥିଲେ । ଭାରତ ପକ୍ଷରୁ ୧୦୩ ଟେଷ୍ଟ ଖେଳିଥିବା ପୂଜାରା ୭୧୯୫ ରନ କରିଛନ୍ତି । ଏଥିରେ ୧୯ ଶତକ ଓ ୩୫ ଅର୍ଦ୍ଧଶତକ ସାମିଲ । ତାଙ୍କର ସର୍ବୋଚ୍ଚ ସ୍କୋର ୨୦୬ ରନ ରହିଛି ।