ମେସି ବିଶ୍ୱରେ ଅଧିକ ଟଙ୍କା ପାଉଥିବା ଫୁଟବଲ ଖେଳାଳି, ଦରମା ୬୭ କୋଟି
Khabar Odisha:Sports-football-lionel-messi-is-highest-paid-footballer-in-the-world-cristiano-ronaldo-second-in-list

ପ୍ୟାରିସ, ଫେବୃୟାରୀ ୦୯ (ଖବର ଓଡ଼ିଶା): ସ୍ପେନ କ୍ଲବ ଏଫସି ବାର୍ସିଲୋନାରୁ ଖେଳୁଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ବିଶ୍ୱର ସର୍ବାଧିକ ଦରମା ପାଉଥିବା ଫୁଟବଲ ଖେଳାଳି । ମେସି ତାଲିକାରେ ପର୍ତ୍ତୁଗାଲର ଯାଦୁଗର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ, ଫ୍ରାନ୍ସର ଆଣ୍ଟୋନି ଗ୍ରୀଜମେନ ଏବଂ ବ୍ରାଜିଲର ନେମାରକୁ ପଛରେ ପକାଇଛନ୍ତି । 

ଗୋଲ୍ଡ ଡଟ କମ ଫ୍ରାଞ୍ଚ ଖବରକାଗଜ ଏଲ ଇକିଭିପ ପକ୍ଷରୁ କୁହାଯାଇଛି ଯେ, ମେସିଙ୍କ ଏକ ମାସର ଦରମା ୮୩ ଲକ୍ଷ ୟୁରୋ (ପାଖାପାଖି ୬୭ କୋଟି ଟଙ୍କା) । ରୋନାଲ୍ଡୋଙ୍କ ଦରମାର ୪୭ ଲକ୍ଷ ୟୁରୋ (ପାଖାପାଖି ୩୮ କୋଟି ଟଙ୍କା) । ଗତ ବର୍ଷ ଋଷିଆରେ ଫିଫା ବିଶ୍ୱକପ ଜିତିଥିବା ଫ୍ରାନ୍ସ ଟିମର ସଦସ୍ୟ ଗ୍ରୀଜମ୍ୟାନ ଏହି ତାଲିକାରେ ୩ୟ ସ୍ଥାନରେ ଅଛନ୍ତି । ତାଙ୍କୁ ମାସିକ ଦରମା ୩୩ ଲକ୍ଷ ମିଳୁଛି । ଏହି ତାଲିକାରେ ୪ର୍ଥ ସ୍ଥାନରେ ନେମାର ଏବଂ ୫ମ ସ୍ଥାନରେ ଲୁଇସ ସୁଆରରେଜ ଅଛନ୍ତି । 

ବ୍ରାଜିଲର ଖେଳାଳିଙ୍କୁ ପ୍ରତ୍ୟେକ ମାସରେ ୩୦.୬ ଲକ୍ଷ ୟୁରୋ ମିଳୁଥିବା ବେଳେ ଉରୁଗୁଏର ଷ୍ଟ୍ର୍ରାଇକରଙ୍କୁ ୨୯ ଲକ୍ଷ ୟୁରୋ ମିଳିଥାଏ । ମେସି ଦୀର୍ଘ ଦିନ ଧରି ବାର୍ସିଲୋନା ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛନ୍ତି । ସ୍ପେନିଶ ଲିଗ ଲ-ଲିଗରେ ସେ ନିଜର କ୍ଲବ ପାଇଁ ୪୦୦ରୁ ଅଧିକ ଗୋଲ କରିଛନ୍ତି । 

 

  • Tags:

Subscribe

National International State Sports Entertainment