ଅବ୍ୟବସ୍ଥା, ଏବେ ରୋହିତଙ୍କୁ ପିନ୍ଧିବାକୁ ପଡ଼ିଲା ବିଜୟ ଶଙ୍କର ଜର୍ସି
Khabar Odisha:Sports-cricket-odisha-rohit-sharma-wear-vijay-shankar-jersey-in-oakland-t20
ଅକଲାଣ୍ଡ, ଫେବୃଆରୀ ୦୮(ଖବର ଓଡ଼ିଶା):

 ନ୍ୟୁଜିଲାଣ୍ଡ ବିପକ୍ଷ ଅକଲାଣ୍ଡରେ ଖେଳାଯାଇଥିବା  ଦ୍ଵିତୀୟ  ଟି-20 ମ୍ୟାଚରେ ବିସିସିଆଇର ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି। ଏହା ପୂର୍ବରୁ ପ୍ରଥମ ଦିନିକିଆରେ  ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକଙ୍କୁ ନିଜର ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ମ୍ୟାଚ୍ ଖେଳିବାକୁ ପଡ଼ିଥିଲା।  ଏବେ ଦ୍ଵିତୀୟ ଟି-20ରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ଅବ୍ୟବସ୍ଥାର ଶିକାର ହୋଇଛନ୍ତି।  ଫଳସ୍ଵରୂପ ମ୍ୟାଚ୍ ସମୟରେ ରୋହିତଙ୍କୁ ନିଜର ନାମ ଥିବା ଜର୍ସି ପିନ୍ଧିବାକୁ ମିଳିନାହିଁ। ଏଥିପାଇଁ ବିବଶ ହୋଇ ରୋହିତଙ୍କୁ ନିଜର ସାଥୀ ଖେଳାଳି ବିଜୟ ଶଙ୍କରଙ୍କ 59 ନମ୍ବର ଜର୍ସି ପିନ୍ଧିବାକୁ ପଡ଼ିଛି।

ଏହା ପୂର୍ବରୁ ଓ୍ଵେଲିଂଟନରେ ଖେଳାଯାଇଥିବା ପ୍ରଥମ ଟି-20ରେ ମଧ୍ୟ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକଙ୍କୁ ନିଜର ଜର୍ସି ମିଳିନଥିଲା। ଦିନେଶ ମ୍ୟାଚ୍ ସମୟରେ ଯେଉଁ ଜର୍ସି ପିନ୍ଧିଥିଲେ ସେଥିରେ ଷ୍ଟିକର ଲାଗିଥିଲା। ଏହି ଘଟଣାକୁ ନେଇ  ସାମାଜିକ ଗଣମାଧ୍ୟମରେ କ୍ରିକେଟ୍ ପ୍ରଶଂସକ ବିସିଆଇକୁ ଘେରିଥିଲେ। ପ୍ରଶଂସକ ଲେଖିଛନ୍ତି ଯେ, ଲାଗୁଛି ଯେ ବିସିସିଆଇ ଦିନେଶଙ୍କୁ ଧୋନୀ କିମ୍ବା ପନ୍ତଙ୍କ ଉପରେ ସୁଯୋଗ ଦେବାକୁ ଚାହୁଁନାହିଁ।  ବୋଧହୁଏ ଏଥିପାଇଁ ଦିନେଶଙ୍କ ପାଇଁ ଜର୍ସି ମଧ୍ୟ ତିଅାରି କରାଯାଇ ନାହିଁ। କାରଣ ଯାହାବି ଥାଉ ନା କାହିଁକି କିନ୍ତୁ ଦ୍ଵିତୀୟ ଦିନିକିଆରେ ଏହା ରୋହିତଙ୍କ ସହ ପୁନରାବୃତ୍ତି ଘଟିବାରୁ ମାମଲା ବଡ଼ ରୂପ  ନେଇଛି।   

  • Tags:

Subscribe

National International State Sports Entertainment