ଆଇପିଏଲ: ହାଇଦ୍ରାବାଦ ଠାରୁ ହାରିବା ପରେ ସ୍ମିଥ କହିଲେ- ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲୁ
Khabar Odisha:Sports-cricket-Steve-Smith-said-after-losing-against-SRH-we-started-well-Jofra-taking-two-big-wickets

ଦୁବାଇ, ଅକ୍ଟୋବର ୨୩ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୧୩ର ଗୁରୁବାର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ହାତରେ ପରାଜୟ ପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ ସ୍ମିଥ କହିଛନ୍ତି, ତାଙ୍କର ଟିମ ଆରମ୍ଭ ଠିକ ଭାବେ କରିଥିଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ସମ୍ମୁଖରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ହାଇଦ୍ରାବାଦ ୨ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 

ରାଜସ୍ଥାନ ଆରମ୍ଭରୁ ୨ଟି ୱିକେଟ ନେଇ ହାଇଦ୍ରାବାଦକୁ ସଂକଟରେ ପକାଇ ଦେଇଥିଲା । କିନ୍ତୁ ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ଶତକୀୟ ଭାଗିଦାରୀ ବଳରେ ଟିମକୁ ୮ୱିକେଟରେ ବିଜୟ ଦେଇଥିଲେ । ପାଣ୍ଡେ ଅପାରଜିତ ୮୩ ରନ ଓ ଶଙ୍କର ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୩ୟ ୱିକେଟ ପାଇଁ ୧୪୦ ରନ ଯୋଡ଼ିଥିଲେ । 

ମ୍ୟାଚ ପରେ ସ୍ମିଥ କହିଥିଲେ, ମୁଁ ଭାବୁଛି, ଆମେ ଭଲ ଭାବେ ଆରମ୍ଭ କରିଥିଲୁ । ଜୋଫ୍ରା ଆର୍ଚ୍ଚର ୨ ୱିକେଟ ନେଇ ଭଲ କାମ କରିଥିଲେ । କିନ୍ତୁ ଆମେ ଏହାକୁ ଜାରି ରଖିପାରିଲୁ ନାହିଁ । ଆର୍ଚ୍ଚର ତୃତୀୟ ଓଭର ବୋଲିଂ କରିବାର ଥିଲା । ମୁଁ ମଧ୍ୟ ଏହାକୁ ଭାବୁଥିଲି । 

 

  • Tags:

Subscribe

National International State Sports Entertainment