ନୂଆଦିଲ୍ଲୀ : ସ୍ପେନ ବିପକ୍ଷରେ ଏଫଆଇଏଚ ପ୍ରୋଲିଗର ମ୍ୟାଚ ଖେଳିବା ସହ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଷ୍ଟାର ହକି ପ୍ଲେୟାର ଜରମନପ୍ରିତ ସିଂ। ଏହି ମ୍ୟାଚରେ ଅନ୍ତର୍ଜାତୀୟ ହକିରେ ଭାରତ ପକ୍ଷରୁ ୧୫୦ତମ ମୁକାବିଲା ଖେଳିଛନ୍ତି ଏହି ଷ୍ଟାର ଡ଼ିଫେଣ୍ଡର। ପଞ୍ଜାବର ଅମୃତସରରୁ ଆସିଥିବା ଜରମନ ୨୦୧୮ ମସିହାରେ ନେଦରଲାଣ୍ଡ ବିପକ୍ଷରେ କରିଥିଲେ ନିଜ ହକି ଡେବ୍ୟୁ। ୨୦୨୪ ପ୍ୟାରିସ ଅଲମ୍ପିକ ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ। ଅନେକ ଚମ୍ପିୟାନସିପ, ଏସିଆନ ଚମ୍ପିୟାନସିପ ଆଦି ବିଜେତା ଭାରତୀୟ ଦଳ ପାଇଁ ବେଶ ଥିଲା ତାଙ୍କ କଣ୍ଟ୍ରିବ୍ୟୁସନ। ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତ୍ରିକୀ ଏହି ମାଇଲଷ୍ଟୋନ ଉପଲବ୍ଧି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ମଧ୍ୟ ଭାରତୀୟ ହକି ପାଇଁ କଣ୍ଟ୍ରିବ୍ୟୁସନ ଜାରି ରଖିବାକୁ ଉତ୍ସାହିତ କରିଛନ୍ତି।