ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ଚାତକ ପରି ଚାହିଁ ରହିଛନ୍ତି ସାରା ଦୁନିଆର କ୍ରିକେଟ୍ ପ୍ରେମୀ । ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥାଏ । ତେଣୁ ଦର୍ଶକ ଟିଭି ବଦଳରେ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅଧିକ ଆଗଭର ହୋଇଥାନ୍ତି । ଆଉ ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍ ଦାମ ଆକାଶ ଛୁଆଁ ରହିଥାଏ । ଆଉ ଏଥର ମଧ୍ୟ ସେମିତି ହୋଇଛି । ମୁକାବିଲାର ଟିକେଟ୍ ପ୍ରାୟ ଭାରତୀୟ ମୁଦ୍ରା ହିସାବରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି ।
ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆନୁକୂଲ୍ୟରେ ଖେଳାଯିବ । ମାତ୍ର ଟୁର୍ଣ୍ଣାମେଣ୍ଟରେ ଭାରତ ହାଇବ୍ରିଡ ମଡେଲ୍ ଆଧାରରେ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଫେବୃଆରୀ ୨୩ରେ ଖେଳାଯିବ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଏତେ କ୍ରେଜ ଅଛି ଯେ, ମୁକାବିଲାରେ ଟିକେଟ୍ ଦାମ ପ୍ରାୟ ୩ ଲକ୍ଷ ଟଙ୍କାକୁ ଛୁଇଁଛି ।
ଜିଓ ଟିଭି ଅନୁଯାୟୀ, ଏହି ମ୍ୟାଚର ସବୁଠୁ କମ ଟିକେଟର ମୂଲ୍ୟ ପ୍ରାୟ ୧୧ ହଜାର ୮୭୦ ଟଙ୍କା ରହିଥିଲା । ଏହି ମୁକାବିଲାର ସବୁଠୁ ମହଙ୍ଗା ଟିକେଟ୍ ଦାମ ୨,୯୬,୭୫୨ ଟଙ୍କା ରହିଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧୯ରେ ଖେଳାଯିବ । ଭାରତ ନିଜର ପ୍ରଥ