ଅମୃତସର: ପଞ୍ଜାବ ଅମୃତସରସ୍ଥିତ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିଛନ୍ତି ଆମେରିକାରୁ ନିର୍ବାସିତ ୧୨୫ ଭାରତୀୟ । ଆମେରିକାର ସାନ ଆଣ୍ଟୋନିଓ ସହରରୁ ଆମେରିକୀୟ ସାମରିକ ବିମାନ ସି-୧୭ରେ ସମସ୍ତେ ଭାରତ ଫେରିଛନ୍ତି । ପୂର୍ବରୁ ସକାଳ ୮ ଟାରେ ପହଁଚିବାକୁ ଥିବାବେଳେ ବିଳମ୍ବରେ ଅର୍ଥାତ୍ ଅପରାହ୍ନ ୨ ଟାରେ ଅମୃତସରରେ ବିମାନ ପହଁଚିଛି । ବିମାନଟି ସମସ୍ତ ଯାତ୍ରୀଙ୍କୁ ଛାଡ଼ିବା ପରେ ୪ଟା ୩୦ରେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବ ।
ଅଧିକ ପଢ଼ନ୍ତୁ- ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଟଙ୍କାର ଭଣ୍ଡାର, ଗଣିବାକୁ ନାକେଦମ ଭିଜିଲାନ୍ସ ଟିମ୍
ଛଅଟି ରାଜ୍ୟରୁ ପ୍ରାୟ ୧୨୫ ଜଣ ଆମେରିକାରେ ଅବୈଧଭାବେ ରହୁଥିଲେ । ଗୁଜରାଟର ୩୩ ଜଣ, ପଞ୍ଜାବର ୩୦ ଜଣ, ହରିୟାଣାର ୩୩ ଜଣ, ଉତ୍ତର ପ୍ରଦେଶର ୨ ଜଣ, ଚଣ୍ଡିଗଡ଼ର ୨ ଜଣ ଏବଂ ମହାରାଷ୍ଟ୍ରର ୩ ଜଣ ସାମିଲ ଅଛନ୍ତି । ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଯଦି କାହାର ଅପରାଧିକ ପୃଷ୍ଠ ଭୂମି ଥିଲେ ସିଧାସଳଖ ଜେଲ୍ ପଠାଯିବ ବୋଲି ସୂଚନା ଦିଆଯାଇଛି ।