ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେଉଛି । ଏହାରି ମଧ୍ୟରେ ଆମ୍ ଆଦମୀ ପାର୍ଟିକୁ ପୁଣି ଏକ ଝଟକା ଲାଗିଛି । ଆପ୍ ଦଳର ଦୁଇ ନେତାଙ୍କୁ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଆପ୍ ଅଖୋଲା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଅମାନତୁଲ୍ଲାହ ଖାନ ଏବଂ ବିଧାୟକ ଦିନେଶ ମୋହନିଆଙ୍କ ନାଁରେ ପୃଥକ ପୃଥକ ମାମଲା ଆସିଛି ।
ବିଧାୟକ ଦିନେଶ ମୋହନିଆଙ୍କ ଉପରେ ଲାଗିଛି ମହିଳାଙ୍କୁ ପ୍ଲାଇଂ କିସ୍ ଦେବାର ଆରୋପ । ସଂଗମ ବିହାର ଥାନାରେ ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି । ପୋଲିସ ଧାରା ୩୨୩, ୩୪୧, ୫୦୯ ଆଧାରରେ ମାମଲା ଦାୟର କରିଛି ।
ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅମାନତୁଲ୍ଲାହ ଖାନ ଛନ୍ଦି ହୋଇପଡ଼ିଛନ୍ତି । ଅମାନତୁଲ୍ଲାହ ଖାନ ନିର୍ବାଚନୀ ପ୍ରଚାରରେ ବିରାମ ଲାଗିବା ପରେ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରୁଥିଲେ । ଏହାର ଭିଡ଼ିଓ ଆଧାରରେ ପୋଲିସ ଅଭିଯୋଗ ଗ୍ରହଣ କରିଛି । ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୨୨୩/୩/୫ ଏବଂ ୧୨୬ ଆଧାରରେ ଜାମିୟା ନଗର ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ସାଉଥ ଦିଲ୍ଲୀ ଡିସିପି ଏକ୍ସରେ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ-ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ବାହାରୁଛି ଖାଲି ଟଙ୍କା ବିଡ଼ା, ଏକ କୋଟି ଉର୍ଦ୍ଧ୍ୱ ନଗଦ ଟଙ୍କା ଠାବ
ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ବୁଧବାର ମତଦାନ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆପ୍ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜର ସାବ୍ୟସ୍ତ କରିଛନ୍ତି । ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଇଂଲଣ୍ଡ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଲେ ବୁମରା