ମାଲକାନଗିରି: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଚଢ଼ାଉବେଳେ ନଗଦ ଏକ କୋଟି ଟଙ୍କା ଜବତ କଲା ଭିଜିଲାନ୍ସ। ଆଜି ସକାଳୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ାଉ । ଘର ସମେତ ଏକାଧିକ ସ୍ଥାନରେ ଚାଲିଛି ଭିଜିଲାନ୍ସର ଛାନଭିନ। କଟକରେ ଥିବା ପୈତୃକ ଘର ସମେତ ଭୁବନେଶ୍ୱର, ମାଲକାନଗିରି, ଜୟପୁର ଭଳି ବିଭନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଇଛି । ଏହି ଚଢ଼ାଉରେ ଅତିରିକ୍ତ ଏସପି, ଚାରି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ ହୋଇଛି । ତାହାର କୌଣସି ସୂଚନା ମିଳିନାହିଁ ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ କୋରାପୁଟ ଜୟପୁର ଘର ସମେତ ମାଲକାନଗିରିରେ ଚଢ଼ାଉ କରିଛି । ଚଢ଼ାଉବେଳେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନଗଦ ଏକ କୋଟି ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ସମ୍ପତ୍ତିର କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।
ଆଗକୁ ପଢ଼ନ୍ତୁ : ଯୁକ୍ତ ୨ ପରୀକ୍ଷା ପାଇଁ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା, ଗୁଜବ ପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ସିଏଚଏସଇ